ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗିରଫ ହେଲେ ଜଟଣୀ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଗିରଫ କଲା ଓଡ଼ିଶା ଭିଜିଲାନ୍ସ ବିଭାଗ । ନିଜ ଆୟ ଠାରୁ ୧୫୫ ପ୍ରତିଶତ ଅଧିକ ବେଆଇନ ଭାବେ ଆୟ କରିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ । ତାଙ୍କ ନିକଟରୁ ନଗଦ ୧୭ ଲକ୍ଷ ଟଙ୍କା, ୪୭୫ ଗ୍ରାମ ସୁନା ଅଳଙ୍କାର, ୧ କୋଟି ୪୦ ଲକ୍ଷ ଟଙ୍କା ଜମାରାଶି, ଭୁବନେଶ୍ୱରରୁ ୪ ଟି ଫ୍ଲାଟ୍, ବ୍ରହ୍ମପୁରରୁ ୨ ଟି ମଲ୍ଟି ଷ୍ଟୋରେଡ୍ ବିଲ୍ଡିଂ, ୧୧ ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଚାକିରୀ ଆରମ୍ଭରୁ ସରକାରୀ ଟଙ୍କା ଆତ୍ମସାତ କରିବା ନେଇ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ଘଟଣାରେ ତଦନ୍ତ ହୋଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ।

Naxatra News is now on Whatsapp
Join and get latest news update delivered to you via whatsapp
Join Now