ଆଜି ଦିନ ୧୧ ଟା ୩୦ ସୁଦ୍ଧା ୧୦ ସହରରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ : ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରୀ ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ୧୦ଟି ସହରରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରୀ ରହିଛି ।

ସେହିପରି ଝାରସୁଗୁଡ଼ାରେ ୪୦.୬ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୯.୬ ଡ଼ିଗ୍ରୀ, ହୀରାକୁଦରେ ୩୯.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ବାଲେଶ୍ଵରରେ ୩୭.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ, ଗୋପାଳପୁରରେ ୩୪.୮ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *