ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଡିଜି

Spread the love

ପୁରୀ : ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଡିଜି କିଶୋର କେ. ବାସା ଆଜି ଶ୍ରୀମନ୍ଦିର ଗର୍ଭଗୃହ ଏବଂ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୂଷାଙ ଉପଦ୍ରବ ରୋକିବାକୁ ଗର୍ଭଗୃହ ଭିତରେ ରହିଥିବା ମୂଷା ଗାତକୁ ତାର ଜାଲିରେ ବନ୍ଦ କରାଯାଇଛି । ଗର୍ଭଗୃହ ଓ ନାଟ ମଣ୍ଡପର ମରାମତି କାର୍ଯ୍ୟ ସନ୍ତୋଷଜନକ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ସର୍ବଦା ପ୍ରସ୍ତୁତ, ସଂରକ୍ଷଣରେ କୌଣସି ଅସୁବିଧା ହେବ ନାହିଁ । ଆଗାମୀ ଦିନରେ ଶ୍ରୀମନ୍ଦିର ସଂରକ୍ଷଣ ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ ସେନେଇ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ବାସା କହିଛନ୍ତି ।

ଏହି ପରିଦର୍ଶନ ବେଳେ ତାଙ୍କ ସହିତ ଏଏସଆଇ ଅଧିକ୍ଷକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *