ବନ୍ୟା ପାଇଁ ଆସନ୍ତା ୨୭କୁ ଘୁଞ୍ଚିଲା ଏଏସଓ ପରୀକ୍ଷା

Spread the love

ଭୁବନେଶ୍ବର: ଅଗଷ୍ଟ ୨୧ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ ପରୀକ୍ଷା ୨୭ ତାରିଖରେ ହେବ ବୋଲି ଓପିଏସସି  ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ବନ୍ୟା ଯୋଗୁ ଘୁଞ୍ଚିଥିଲା ଏଏସଓ  ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଛି

୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସକାଳ ୯ ଟା ରୁ ୧୦:୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ୩୦ ମିନିଟ ଅଧିକ ସମୟ ଦିଆଯାଇଛି। ଏହି ଶିଟିଂଟି ଜେନେରାଲ ଆୱାରାନେଶ ପାଇଁ ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୧:୩୦ ରୁ ୧ଟା ପର୍ଯ୍ୟନ୍ତ ଗଣିତ ସହ ରିଜନିଂ ପରୀକ୍ଷା ହେବ। ଏହା ସହ ତୃତୀୟ ପର୍ଯ୍ୟାୟରେ ୨:୩୦ ରୁ ୪:୩୦ ମଧ୍ୟରେ ଇଂରାଜୀ ଏବଂ ଓଡ଼ିଆରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

 ଓପିଏସସି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏଏସଓ ଲିଖିତ ପରୀକ୍ଷାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *