ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ

Spread the love

ରାଉରକେଲା : ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କର ସୁନ୍ଦରଗଡ଼ ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭଦ୍ରକ ଜିଲ୍ଲା ତିହିଡ଼ି ସ୍ଥିତ ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି । ଏହି ଚଢ଼ଉ ବେଳେ ତାଙ୍କର ସ୍ଥାୟୀ ଜମା, ବୀମା, ଆଦିକୁ ମିଶାଇ ମଧ୍ୟାହ୍ନ ସୁଦ୍ଧା ଦେଢ଼ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ଡିଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ବିଭିନ୍ନ ଟିମ୍ କରାଯାଇ ଚଢ଼ଉ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *