ଅଟୋଚାଳକଙ୍କୁ ଅସଂଗଠିତ ଶ୍ରମିକର ମାନ୍ୟତା ମିଳୁ -ଏଆଇଟିୟୁସି

Spread the love

ଭୁବନେଶ୍ୱର : ଆମ ରାଜ୍ୟର ସମସ୍ତ ଅଟୋ ଚାଳକମାନଙ୍କୁ ଅସଂଗଠିତ ଶ୍ରମିକର ମାନ୍ୟତା ଦେଇ ରାଜ୍ୟ ସରକାର ଅନ୍ୟ ଅସଂଗଠିତ ଶ୍ରମିକମାନଙ୍କୁ କଲ୍ୟାଣ ବୋର୍ଡ ଜରିଆରେ ଯେଉଁସବୁ ସୁବିଧା ସୁଯୋଗ ପ୍ରଦାନ  କରୁଛନ୍ତି, ତାହା ଅଟୋ ଚାଳକମାନଙ୍କୁ ଦିଅନ୍ତୁ ବୋଲି ରାଜଧାନୀ ଅଟୋ ଚାଳକ ସଂଘ ଦାବି କରିଛି ।

ଆଜି ଏଆଇଟିୟୁସିର ରାଜ୍ୟ ଅଫିସରେ ସଂଘର ସଭାପତି ସୁର ଜେନାଙ୍କ ଅଧ୍ୟକ୍ଷତାରେ ରାଜଧାନୀ ଅଟୋ ଚାଳକ ସଂଘର ଏକ ଜେନେରାଲବଡି ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉଦ୍‌ବୋଧନ ଦେଇ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା କହିଲେ- ସମଗ୍ର ରାଜ୍ୟରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକ କାମଧନ୍ଦା ନ ପାଇ ବ୍ୟାଙ୍କ ଋଣ ଆଣି, ଅଟୋ ଚଳାଇ ସେମାନଙ୍କ ପରିବାର ଭରଣ ପୋଷଣ କରନ୍ତି । ରାଜଧାନୀ ଭୁବନେଶ୍ୱରରେ ଅଟୋ ଚାଳକଙ୍କ ସଂଖ୍ୟା ପ୍ରାୟ ୩୦ହଜାର । କରୋନା ସମୟରେ ଅନ୍ୟମାନେ ସରକାରୀ ସାହାଯ୍ୟ ପାଇଲାବେଳେ ଅଟୋଚାଳକମାନେ ସେଥିରୁ ବଂôଚତ ହେଲେ । ଆଜିକାଲି ଓଲା ଓ ଉବେର ଭଳି କମ୍ପାନୀ ଏବଂ ମୋ ବସ୍ ଦ୍ୱାରା ଅନେକ ଯାତ୍ରୀ ଯାତାୟାତ କରୁଥିବାରୁ ଅଟୋ ଚାଳକମାନଙ୍କ ଜୀବିକା ବୁଡ଼ିବା ଉପରେ । ଭୁବନେଶ୍ୱର ରେଳଷ୍ଟେସନର ସମ୍ପ୍ରସାରଣ ଫଳରେ ଅଟୋଷ୍ଟାଣ୍ଡ ଭାଙ୍ଗିଯିବାରୁ ଅଟୋ ଚାଳକମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଣୁ ଏଆଇଟିୟୁସି ଓ ରାଜଧାନୀ ଅଟୋ ଚାଳକସଂଘ ପକ୍ଷରୁ ଆଗାମୀ ୧୫ଦିନ ମଧ୍ୟରେ ଉପରୋକ୍ତ ଦାବି ନେଇ ଶ୍ରମ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୁର ଜେନା ଓ ବିଜୟ ଜେନା ଘୋଷଣା କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଟ୍ୟାକ୍ସି ଓ ଅଟୋ ମହାସଂଘର ରାଜ୍ୟ ସମ୍ପାଦକ ବିଜୟ ପଟ୍ଟନାୟକ, ବୀରେନ୍ଦ୍ର ବାରିକ, ରାଧାକାନ୍ତ ଶତପଥୀ, ଦୀପକ ମହାପାତ୍ର, ବିଶ୍ୱନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *