ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ନେଇ ସଚେତନତା

Spread the love

ଜୟପୁର : ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଛି । ମେ୧ ରୁ ୨୭ ତାରିଖ ଯାଏ ସର୍ଭେ ହେବ । ଜୟପୁର ପୌରାଂଚଳରେ ୯ଟି ସେଂଟର କରାଯାଇଥିବା ବେଳେ ଜୟପୁର ବ୍ଲକ ୯୩ଟି ସେଂଟର କରାଯାଇଛି । ବିଡିଓ ରାଜୀବ ଦାସ, ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ତତ୍ୱବଧାନରେ ସର୍ଭେ ଜାରି ରହିଛି । ଅଙ୍ଗନବାଡୀ କର୍ମି ଓ ଆଇସିଡିଏସ ସୁପରଭାଇଜର . ପୌର କର୍ମଚାରି ଗଣନାକାରୀ ଓ ପରିଦର୍ଶକ ଭାବେ ନିୟୋଜିତ ଅଛନ୍ତି । ଗ୍ରାମରେ ଥିବା ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ରେ ସେଣ୍ଟର କରାଯାଇଛି । ଏନେଇ ଆଜି ଜୟପୁର ବ୍ଲକ କାଯ୍ୟାଳୟକୁ ସଚେତନତା ରଥ ବାହାରି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମରୁ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଯାଉଛି । ପଛୁଆ ବର୍ଗ ପରିବାରର କୈଣସି ବ୍ୟକ୍ତି ବିଶେଷ ଯାଇ ସେଂଟରରେ ପରିବାର ସମସ୍ତଙ୍କ ତଥ୍ୟ ପ୍ରଦାନ କରିବେ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *