ଜୁନ ୨୯ ଯାଏଁ ଅନଲାଇନ୍ ରେ ଚାଲିବ ପଛୁଆବର୍ଗ ସର୍ଭେ

Spread the love

ଭୁବନେଶ୍ୱର : ଓଡିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ତତ୍ୱାବଧାନରେ ହେଉଥିବା ରାଜ୍ୟର ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ଘରକୁ ଘର ସର୍ଭେ ଚଳିତ ଜୁନ ମାସ ୦୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କିନ୍ତୁ ଅନଲାଇନ୍ ସର୍ଭେରେ ଚଳିତ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରାଯାଇପାରିବ ।

ପୁନଶ୍ଚ ପଛୁଆ ବର୍ଗ ଆୟୋଗଙ୍କ ପତ୍ର ସଂଖ୍ୟା ୧୨୨୮ ତା.୩୦.୦୫.୨୦୨୩ରିଖ ଦ୍ୱାରା ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ନଗରପାଳିକା ଆୟୁକ୍ତମାନଙ୍କୁ ସେମାନଙ୍କ ଅଧିନରେ ଥିବା ସମସ୍ତ ପଛୁଆବର୍ଗ କର୍ମଚାରୀ ମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଛି । ଏତଦବ୍ୟତୀତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଅଧ୍ୟୟନରତ ପଛୁଆବର୍ଗ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ପଛୁଆବର୍ଗ କର୍ମଚାରୀମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଛି । ଏହି ଅନଲାଇନ୍ ସର୍ଭେର ଲାଭ ଉଠାଇବା ପାଇଁ ସମସ୍ତ ପଛୁଆ ବର୍ଗର ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

ସେମାନେ ଅନଲାଇନ୍ ରେ ଅଥବା ମୋ ସେବା କେନ୍ଦ୍ରକୁ ଯାଇ ନିଜ ନିଜର ତଥ୍ୟ ପ୍ରଦାନ କରି ଏହି ସର୍ଭେକୁ ସଫଳ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *