ଭୁବନେଶ୍ୱର : ଓଡିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତତ୍ୱାବଧାନରେ ହେଉଥିବା ରାଜ୍ୟର ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ଅନଲାଇନ୍ ସର୍ଭେ ଚଳିତ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ପୁନଶ୍ଚ ପଛୁଆ ବର୍ଗ ଆୟୋଗଙ୍କ ପତ୍ର ସଂଖ୍ୟା ୧୨୨୮ ତା.୩୦.୦୫.୨୦୨୩ରିଖ ଦ୍ୱାରା ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ନଗରପାଳିକା ଆୟୁକ୍ତମାନଙ୍କୁ ସେମାନଙ୍କ ଅଧିନରେ ଥିବା ସମସ୍ତ ପଛୁଆବର୍ଗ କର୍ମଚାରୀମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଛି ।
ଏତଦବ୍ୟତୀତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଅଧ୍ୟୟନରତ ପଛୁଆବର୍ଗ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ପଛୁଆବର୍ଗ କର୍ମଚାରୀମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଛି ।
ସେମାନେ ଅନଲାଇନ୍ ରେ ଅଥବା ‘ମୋ ସେବା କେନ୍ଦ୍ର’କୁ ଯାଇ ନିଜ ନିଜର ତଥ୍ୟ ପ୍ରଦାନ କରି ଏହି ସର୍ଭେକୁ ସଫଳ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now