ବଡଯାତ୍ରାକୁ ନେଇ ଭକ୍ତ ସମାଗମ

Spread the love

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ବଡଯାତ୍ରା । ବଡ ଯାତ୍ରାର ଠାକୁର ବାଲାରାଜୁ, କାନାମରାଜୁ, ପୋତରାଜୁ ଓ ଦେବୀ ମୁତ୍ୟେଲୁଆମ୍ମା ଆନ୍ଧ୍ର ପ୍ରଦେଶ ପୋଲେରୁ ଠାରୁ ଯାତ୍ରା ଆରମ୍ଭ କରି ଦିର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଆଜି ମାଲକାନଗିରି ସହରରେ ପହଞ୍ଚିଛନ୍ତି । ତେବେ ବଡଯାତ୍ରା ଦେଖିବା ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଛି ।

ମାଲକାନଗିରି ଜିଲ୍ଲାରେ ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ବଡଯାତ୍ରା । ଆନ୍ଧ୍ରପ୍ରଦେଶ ପୋଲେରୁ ଠାରେ ପ୍ରଥମ ପୂଜା କରାଯାଇ ବଡଯାତ୍ରାର ଠାକୁର କାନାମରାଜ, ବାଲାରାଜ, ପୋତରାଜ ଓ ଦେବୀ ମୁତ୍ୟେଲୁଆମ୍ମାଙ୍କ ଯାତ୍ରା ଆରମ୍ଭ ହୋଇ ଦିର୍ଘ ୧୦୦ କିଲୋମିଟର ପଦଯାତ୍ରାରେ ଆସିବା ପରେ ମାଲକାନଗିରି ସହରର ପ୍ରବେଶ ଦ୍ବାରରେ ପହଞ୍ଚିଥାନ୍ତି । ରାସ୍ତାରେ ମାନ୍ୟମକୋଣ୍ଡା, କାଲିମେଳା, କାଙ୍କୁରୁକୋଣ୍ଡା, ଶିଖପାଲ୍ଲି ଓ ତମାସା ଠାରେ ଅଟକି ଦେବୀ ମୁତ୍ୟେଲୁଆମ୍ମା ବଳି ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶେଷରେ ମାଲକାନଗିରି ସହରର ପ୍ରବେଶ ଦ୍ବାର କନ୍ୟାମାଝି ବନ୍ଧ ଠାରେ ଆଜି ୪ ଠାକୁରଙ୍କ ଆଗମନ ହେବା ସହ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।

ବଡଯାତ୍ରାରେ ତିନି ରାଜ୍ୟର ଆଦିବାସିଙ୍କ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଆଦିବାସି ମାନେ ନିଜ ନିଜ ଗାଁ ଠାକୁରାଣୀଙ୍କ ପିଠରୁ ବାଉଁଶ ନେଇ ବଡଯାତ୍ରାରେ ସାମିଲ ହୁଅନ୍ତି । ଆଦିବାସିଙ୍କ ଏହି ଲାଠି ଯାତ୍ରା ଦେଖିବା ଲାଗି ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲା ଜନ ସମୁଦ୍ର ପାଲଟି ଯାଏ ।

ମାଲକାନଗିରିରେ ପ୍ରତି ଦୁଇ ବର୍ଷରେ ଥରେ ଏହି ବଡଯାତ୍ରା ପାଳନ ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଥାଏ । ଠାକୁରଙ୍କ ପାଖରେ ପୁଜା ଅର୍ଚ୍ଚନା କରିବା ସହ ପରିବାରର ମଙ୍ଗଳ କାମନା କରନ୍ତି ସମସ୍ତେ । ସନ୍ତୋଷ ନାଗଙ୍କ ରିପୋ

Leave a Reply

Your email address will not be published. Required fields are marked *