ଅଗଷ୍ଟ ୯ କ୍ରାନ୍ତି ଦିବସର ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ୱରେ ଜିଲ୍ଲା କନଭେନସନ

Spread the love

ବଲାଙ୍ଗୀର : ବଲାଙ୍ଗୀର ସଦର ମହକୁମା ଯାଦବ ଭବନ ଠାରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଧାରଣ ସମାବେଶ ସଫଳତା ପାଇଁ ମିଳିତ କନଭେନସନ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କନଭେନସନକୁ ସମ୍ବୋଧିତ କରି ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା କହିଛନ୍ତି ଯେ ୨୦୧୪ ପୂର୍ବରୁ ନରେନ୍ଦ୍ର ମୋଦି ଅଚ୍ଛେଦିନର ସୁନେଳି ସ୍ୱପ୍ନ ଦେଖାଇ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶର ସାଧାରଣ ସମସ୍ୟା ଅତି ଉତ୍କଟ ହୋଇଛି । ଦରଦାମ ଆକାଶଛୁଆଁ ହୋଇଛି, ବେକାରୀ ବଢିଛି, ମଜୁରି ହାର କମିଛି, ସମସ୍ତ ସରକାରୀ ଉଦ୍ୟୋଗ ବ୍ୟାଙ୍କ, ଏଲ୍‌ଆଇସି, ଖଣି ଖାଦାନ ଆଦାନୀ/ ଅମ୍ବାନୀ ଭଳି ପୁଞ୍ଜିପତିମାନଙ୍କୁ ସମର୍ପି ଦେଇ ସେମାନଙ୍କୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଛନ୍ତି । ଯେଉଁମାନେ ମୋଦି ସରକାର ବିରୁଦ୍ଧରେ ସ୍ୱର ଉତୋଳନ କରୁଛନ୍ତି ସେମାନଙ୍କୁ ଇଡି, ସିବିଆଇ, ଆଇଟି ପରି ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ କରି ଗିରଫ କରାଯାଉଛି । ଏଣୁ ଦେଶର ସମ୍ବିଧାନ ଓ ଜନସାଧାରଣଙ୍କ ଜିବନ ଜିବିକାର ସୁରକ୍ଷା ପାଇଁ ପୁଣି ଥରେ ଅଗଷ୍ଟ ୯ କ୍ରାନ୍ତି ବିପ୍ଲବ ପରି ଜନଗଣଙ୍କ ଆନ୍ଦୋଳନ ସୃଷ୍ଟି କରି ବିଜେପି ଶାସନ ଗାଦିରୁ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଏଆଇଟିୟୁସି ରାଜ୍ୟ ସମ୍ପାଦକ ନମିତା ସାହୁ, ତୀର୍ଥ ପଧାନ, ସାଏବୁ ନନ୍ଦ, ମନୋଜ ଗୌଡ, ପୁଲିନ ମିଶ୍ର, ଗୋପାଳ ଭୋଇ, ଓମି ଗୁପ୍ତା, ମାଧବି କଲତା, ଜଗବନ୍ଧୁ ବେହେରା, ପ୍ରବିର କୁମାର କମ୍ପ, ସୁବାଷ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *