ସନ୍ତରଣ ବିଜେତା ସାଞ୍ଚିଙ୍କୁ ବଲାଙ୍ଗିର ନଗରପାଳ ଅଭିନନ୍ଦନ ଜଣାଇଲେ

Spread the love

ବଲାଙ୍ଗିର : ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର ବାଳିକା ବିଭାଗରେ ବଲାଙ୍ଗିରର ସାଞ୍ଚି ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ଜୁନ ୪ରୁ ୭ତାରିଖ ପର୍ଯ୍ୟନ୍ତ ଆୟୋଜିତ ସନ୍ତରଣ ୩ ଇନ ୱାନ ବ୍ରେଷ୍ଟ ଷ୍ଟ୍ରୋକ ପ୍ରତି ଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସାଞ୍ଚି ।

ସେ ପୂର୍ବରୁ ମଧ୍ୟ ସମ୍ବଲପୁରରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିଲେ । ସାଞ୍ଚି ହେଉଛନ୍ତି ବଲାଙ୍ଗିରର ଯୁବ ବ୍ୟବସାୟୀ ସୁନିଲ ସିଂହ ଓ ପ୍ରିୟଙ୍କା ସିଂହଙ୍କ କନ୍ୟା ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା କ୍ରୀଡାବିତ ଶତୃଘ୍ନ ସିଂହଙ୍କ ନାତୁଣୀ । ତାଙ୍କର ଏହି ସଫଳତା ରେ ବଲାଙ୍ଗିର ପୌରାଅଧ୍ୟକ୍ଷା ଲିକା ସାହୁ ଓ ୮ନମ୍ବର କାଉନସିଲର ନନ୍ଦିନୀ ପୋଢ ତାଙ୍କ ଘରକୁ ଆସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *