ଫାଇଭ୍-ଟି ସଚିବଙ୍କ ଦୁଇଦିନିଆ ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନ, କଲେ ସମଲେଶ୍ଵରୀ ମନ୍ଦିରରେ ମା ଙ୍କ ଦର୍ଶନ

Spread the love

ବଲାଙ୍ଗିର : ବଲାଙ୍ଗିର ଦୁଇଦିନିଆ ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ପ୍ରଥମେ ବଲାଙ୍ଗିର ସମଲେଶ୍ଵରୀ ମନ୍ଦିରରେ ମା ଙ୍କ ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଗ୍ରହଣ କରି ଦିନର ଅନ୍ୟ କାର୍ଯ୍ୟ ଆରମ୍ଭ କରିଥିଲେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ । ମନ୍ଦିର ଦର୍ଶନ ପରେ ସେ କହିଥିଲେ ଯେ, ଅତି ଶୀଘ୍ର ଏଠାରେ ମନ୍ଦିରର ଉନ୍ନତିକରଣ କରାଯିବା ସହିତ ମା ପାଟଣେଶ୍ଵରୀ ଓ ଗୋପାଳଜି ମନ୍ଦିର ଯୋଜନା ଅନୁସାରେ ଉନ୍ନତିକରଣ କରାଯିବ । ସ୍ଥାନୀୟ କମିଟି ସହିତ କଥା ହୋଇଛି ସେହି ଅନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ସେ କହିଥିଲେ । ସେଠାରୁ ସେ ବଲାଙ୍ଗିର ନୂତନ ଓ ଏସ ଆର ଟି ସି ବସ ଟର୍ମିନାଲ ପରିଦର୍ଶନ କରି ମିଶନ ଶକ୍ତି ଦ୍ଵାରା ପରିଚାଳିତ କେଫେ କୁ ଯାଇ ସେଠାରେ ତାଙ୍କର କାମ ଦେଖିଥିଲେ। ପରେ କୋଶଳ କଳାମଣ୍ଡଳକୁ ଯାଇ ସେଠାରେ ମିଶନ ଶକ୍ତି ଏସ ଏଚ ଜି ଗୋଷ୍ଠି ଓ ଅନ୍ୟ ଜନସାଧାରଣଙ୍କ ସହିତ ମିଶି ସେମାନଙ୍କ ପାଖରୁ ଅଭିଯୋଗପତ୍ର ଗୁଡ଼ିକ ଗ୍ରହଣ କରି ଉଦବୋଧନ ଦେଇଥିଲେ । ନିଜ ବକ୍ତବ୍ଯରେ ସେ କହିଥିଲେ ଯେ, ଆଜି ସାତ ତାରିଖ ସାତ ଦିନ ଭିତରେ ମନ୍ଦିର ମସଜିଦ ଗିର୍ଜା ସମ୍ପର୍କିତ ଉତ୍ତର ପାଇବେ, ଅନ୍ୟ ଅଭିଯୋଗ ଗୁଡ଼ିକ ବିଳମ୍ବିତ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସିର ଖବର ଦେବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି, ଆପଣଙ୍କ ସୁଖ ଦୁଃଖ ବୁଝିବାକୁ । ଏହି ଇତିହାସ ପ୍ରସିଦ୍ଧ କୋଶଳ କଳାମଣ୍ଡଳର ଉନ୍ନତିକରଣ କରାଯିବ । ଭଲ ମଞ୍ଚ, ପାର୍କିଂ, ପଡିଆର ସମତଳ କରାଯାଇ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁସାରେ ମୁଖ୍ୟମନ୍ତ୍ରୀ ଖୁସିର ଖବର ଦେବେ ।

ଗତକାଲି ଫାଇଭ୍-ଟି ସଚିବ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବିଭିନ୍ନ ଗୋଷ୍ଠି, ଛାତ୍ର, ମନ୍ଦିର, ହରିଶଙ୍କର ମିଶନ ଶକ୍ତି କାଫେ, ମନ୍ଦିର ବୁଲି ଦେଖି ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅଜି ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କାର୍ଯ୍ୟ ଓ ହେଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ମଧ୍ୟାହ୍ନରେ ସେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ଅଛି ।

Leave a Reply

Your email address will not be published. Required fields are marked *