ଦେଓଗାଁ ରେ ଯୁବକଙ୍କ ମୃତ ଦେହ ଉଦ୍ଧାର

Spread the love

ବଲାଙ୍ଗୀର : ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ରେ ଚାଞ୍ଚଲ୍ୟ । ଦେଓଗାଁର ବୁଦ୍ଧଦେବ ନାଗ ନାମକ ଯୁବକଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇ ଗାଁ ଦାଣ୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ର ନିକଟରେ ଫିଙ୍ଗି ଦିଆଯାଇଛି l ଗାଁର ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଦେଖି ଗାଁ ଲୋକେ ଟିକ୍ରାପଡା ଫାଣ୍ଡିକୁ ଖବର ଦେଇଥିଲେ. ଖବର ପାଇ ଟିକ୍ରାପଡା ଫାଣ୍ଡି ଅଧିକାରୀ  ଗୋପାଳ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ସନ୍ଧ୍ୟା ରେ ବୁଦ୍ଧଦେବ ଘରୁ ବାହାରି ଥିବା ବେଳେ ଆଉ ଘରକୁ ଫେରି ନ ଥିଲେ । ସକାଳେ ଗାଁର ଅଙ୍ଗନବାଡି କେନ୍ଦ୍ର ପାଖରେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ବୁଦ୍ଧଦେବ ନାଗ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ମୃତ୍ୟୁ ଘଟି ଥିବା କଥା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *