ଫାଷ୍ଟଏଡ୍ ଟ୍ରେନିଂ ପ୍ରମାଣପତ୍ର ବଣ୍ଟନ କଲେ ଜିଲ୍ଲାପାଳ

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ନୂତନ ବସ୍ ଟର୍ମିନାଲରେ ଫାଷ୍ଟଏଡ୍ ତାଲିମପ୍ରାପ୍ତ ପରିବହନ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଗତ ଡିସେମ୍ବର ମାସରେ ବଲାଙ୍ଗିରର ୩୦ ଜଣ ପରିବହନ କର୍ମଚାରୀଙ୍କୁ ମାଗଣାରେ ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍କାର ପରିବହନ କର୍ମଚାରୀମାନେ ଫାଷ୍ଟଏଡ୍ ପ୍ରମାଣପତ୍ର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ମାଗଣା ତାଲିମ ଶିବିର ଆୟୋଜନ କରାଯିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ବସ ମାଲିକ ସଂଘ କାର୍ଯ୍ୟାଳୟରେ ସଭାପତି ଦୁର୍ଗା ଚରଣ ବେହେରାଙ୍କ ଅଧ୍ଯକ୍ଷତାରେ ଓ ପୂର୍ବ ସଭାପତି ହେମନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରମାଣପତ୍ର ବଣ୍ଟନ ସଭାରେ ସମସ୍ତ ତାଲିମପ୍ରାପ୍ତ ପରିବହନ କର୍ମଚାରୀ ଆନ୍ତରିକତାର ସହ ସେବା ଆବଶ୍ୟକ କରୁଥିବା ପିଡୀତ ଜନତାଙ୍କୁ ତତକ୍ଷଣାତ୍ ସେବା ଯୋଗାଇଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏହି ସଭାରେ ଜିଲ୍ଳା ଘରୋଇ ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ମାନସ ରଞ୍ଜନ ନାୟକ, ସହ ସମ୍ପାଦକ ପିଣ୍ଟୁ ପଟ୍ଟନାୟକ, ବରିଷ୍ଠ ସଭ୍ୟ ଓମ୍ ପ୍ରକାଶ ଚାନ୍ଦ, ଡମ୍ବରୁଧର ଆଚାର୍ଯ୍ୟ, ଶିବ ଶଙ୍କର ପଟେଲ , ସତ୍ୟ ପ୍ରକାଶ ପତି, ସଞ୍ଜିବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା, ପାରିଶ ପଟେଲ, ଲିକୁନ ଆଚାର୍ଯ୍ୟ, ଭବାନୀ ଶଙ୍କର ପଟେଲ, ଜୟନ୍ତ ସିଂଦେଓ, ରିଙ୍କୁ ଭୋଇ, ସୁରେଶ ହରିପାଲ, ସରୋଜ ଗୁରୁ, ସଞ୍ଜିବ ମହାନ୍ତି, ସଞ୍ଜିବ ସାହୁ, ଜ୍ୟୋତି କୁମ୍ଭାର ପ୍ରମୁଖଙ୍କ ସହ ବହୁ ବସ୍ କର୍ମଚାରୀ ଯୋଗ ଦେଇଥିଲେ । ସଂଘର ଉପସଭାପତି ସୌମେନ୍ଦ୍ର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଆରମ୍ଭରେ ଫାଷ୍ଟଏଡ ତାଲିମଦାତା ରବିଚନ୍ଦ୍ର ପଶାୟତ ଓ ସେଣ୍ଟ ଜୋନ୍ସ ଆମ୍ବୁଲେନସ୍ ର ବଲାଙ୍ଗିର ସଂଯୋଜକ ସୁଶାନ୍ତ ଚାନ୍ଦଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *