ଶିବତଲାରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ

Spread the love

ବଲାଙ୍ଗୀର : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ସ୍ଥିତ ସ୍ଥାନିୟ କଲ୍ୟାଣ ମଣ୍ଡପ ରେ ଗୁରୁଦେବ କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜିବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ଡୁମାଲ ସମାଜର ସମସ୍ତ ସାଙ୍ଗଠାନିକ କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳାମାନଙ୍କର ସିଧା ସଳଖ ଭାଗିଦାରୀ ଓ ସମାଜ ଭିତରେ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ସଂଗଠନ ଭିତରେ କାର୍ଯ୍ୟରତ ନେତୃତ୍ୱ ପ୍ରତି ଜାତି ଭାଇଙ୍କର ବୃହତର ବିଶ୍ୱାସ ରହିଲେ ଓ ଉଭୟ ପୁରୁଷ ଓ ମହିଳାଙ୍କ ସହଭାଗିତାରେ କାର୍ଯ୍ୟ ହେଲେ ହିଁ ଜାତି ଆଧାରିତ ସାମାଜିକ ସଂଗଠନର ନୂତନ ପରିଚୟ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରକାଶ ମେର୍ଲି, ରମାକାନ୍ତ ପଧାନ, ସତ୍ୟବାଦୀ ପଧାନ, ଇଶ୍ୱର କରନ, ତିର୍ଥ ପଧାନ, ବରୁଣ ବଘାର, ଟିକେଶ୍ୱର କର୍ମୀ, ଦୁଃଶାସନ ବଘାର, ଶେଷଦେବ କର୍ମୀ, ବୃନ୍ଦାବନ କରନ, ଗଙ୍ଗାଧର କର୍ମୀ, ଗୁଣ୍ଡୁ ପଧାନ, ବିଘ୍ନ ଦନ୍ତା, ପୁରୁଷୋତମ କର୍ମୀ, ସଦାନନ୍ଦ ଗୁରାଣ୍ଡି, ଭରତ କୁମାର ଦନ୍ତା, ସନ୍ତୋଷ କର୍ମୀ, ବିନୟ ଗଡୁଆ, ଦଶରଥ ଖମାରୀ, ମଧୁସୁଦନ ଦନ୍ତା, ସୁବନ ଗଡୁଆ, ସଂକିର୍ତନ ବଘାର, ରାମଚନ୍ଦ୍ର ପଧାନ ପ୍ରମୁଖ ମଂଚାସିନ ହୋଇ ସମାଜର ସର୍ବାଙ୍ଗିନ ବିକାଶ ପାଇଁ ଉଭୟ ମହିଳା ଓ ପୁରୁଷଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଅପରିହାର୍ଯ୍ୟ ଏବଂ ଶୃଙ୍ଖଳିତ ତଥା ସଂଗଠିତ ଭାବେ ସର୍ବଦା ରହିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ । ଡଲି କର୍ମୀ, ପ୍ରଣିତା ଦନ୍ତା, ମମତା ଦେହେରି, ମିତା କର୍ମି, ଜ୍ୟୋସ୍ନା ପଧାନ, ତୁଳସୀ ପଧାନ, ବୃନ୍ଦାବତୀ ପଧାନ, ରାଜେଶ କର୍ମୀ, ଘନଶ୍ୟାମ ଦନ୍ତା, ପ୍ରବୀଣ ବଘାର ଏବଂ ଫଟକରା, ଶିବତଲା, ଆଡେନଡୁଙ୍ଗୁରି, କର୍ଲାପିଟା, କରମେଲି, ବରପିଟା ଇତ୍ୟାଦି ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରି ଜାଗରଣ ସଭାକୁ ସଫଳ କରିଥିଲେ । ଆଇନଜିବୀ ତିର୍ଥ ପଧାନ, ସଭାପତି, ମୁଖ୍ୟଅତିଥି, ସମ୍ମାନିତ ଅତିଥି ତଥା ଉପସ୍ଥିତ ମହିଳା, ପୁରୁଷ, ଯୁବ ଗୋଷ୍ଠି ଏବଂ ଗ୍ରାମ୍ୟ ପ୍ରତିନିଧି ମଣ୍ଡଳିଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *