ଓଡ଼ିଶା

ପିଇଓଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଦିଆଯାଉ

ଜୟପୁର : ନିଖିଳ ଉତ୍କଳ ପଞ୍ଚାୟତ କାଯ୍ୟ ନିବାହୀ ଅଧିକାରି ଜିଲା ସଂଘର ଆହ୍ୱାନ କ୍ରମେ ଆଜି ଠାରୁ ଦୁଇ ଦଫା ଦାବି ନେଇ ଜୟପୁର ବ୍ଲକ ନିର୍ବାହୀ ଅଧିକାରି ସଂଘ କଳା ବ୍ୟାଜ ପରିଧାନ କରିଛି । ଚଳିତ ମାସ ୧୭ ତାରିଖ ଯାଏ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ । ଯଦି ରାଜ୍ୟ ସରକାର ଉକ୍ତ ଦାବି ବିଷୟରେ ଆଲୋଚନା କରି ସମାଧାନ ନକରନ୍ତି ତାହା ହେଲା ଆଗାମା ୧୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧର୍ମଘଟ କରିବେ । ଏନେଇ ଗତ ଦିନରେ ଜୟପୁର ପିଇଓ ସଂଘ ତରଫରୁ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଡିଓ ଙ୍କ ଅନୁପସ୍ଥିତିରେ ଏବିଡିଓ ମନୋଜ ନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବି ଗୁଡିକ ହେଲା ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଦିଆଯାଉ, ୧୦ ବର୍ଷ ପୂରଣ କରିଥିବା ପିଇଓଙ୍କୁ ଶତ ପ୍ରତିଶତ ଦରମା, ଡିଜିଡିଓକୁ ପଦୋନ୍ନତି କରିବା ଆଦି ଦାବି ରହିଛି । ଦାବି ପୂରଣ ନହେଲେ ସମୁହ ଛୁଟିରେ ଯିବେ ବୋଲି ଚେତାବନି ଦିଆଯାଇଛି ।

Leave a Reply

Your email address will not be published.

Back to top button