ରେଳ ଉପଭୋକ୍ତା ସଂଘ ତରଫରୁ ଆନ୍ଦୋଳନ ଡାକରା – ସମର୍ଥନ କଲେ ସାଂସଦ

Spread the love

ବଲାଙ୍ଗିର : ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ପୂଜାର୍ପଣ ମନ୍ତ୍ର ଧ୍ୱନୀ ପରେ ଉପ-ସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ସହ-ସଂପାଦକ ଦିବାକର ହୋତା ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ନୂତନ ସଭ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ସଭାପତି ପ୍ରଫେସର ମିଶ୍ର ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ବିକ୍ରମାନନ୍ଦ ବହିଦାର ଉପଢୈାକନ ଦେଇ ସମ୍ମାନିତ କରିଥିଲେ । ନିଜ ବକ୍ତବ୍ୟରେ ସାଂସଦ ରେଳ ବିଭାଗ ଦ୍ୱାରା ବଲାଙ୍ଗିର ପ୍ରତି ବୈମାତୃକ ଭାବନାକୁ ସମାଲୋଚନା କରି କେବଳ ଲାଭକୁ ନ ଦେଖି ପଛୁଆ ଅଂଚଳର ଲୋକଙ୍କ ସୁବିଧା ପାଇଁ ରେଳ ସେବାରୁ ବଂଚିତ ନ କରିବା ପାଇଁ କହିଥିଲେ ଏବଂ ଦରକାର ପଡିଲେ ସଂଘ ତରଫରୁ ଦିଆଯାଇଥିବା ଆନ୍ଦୋଳନ ବା ରେଳ ରୋକରେ ନିଜେ ସାମିଲ ହେବେ ବୋଲି ପ୍ରକାଶ କରିଥିଲେ । ସଭାପତି ପ୍ରଫେସର ମିଶ୍ର ସଂଘ ତରଫରୁ ଏକ ୧୫ ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଂସଦଙ୍କୁ ପ୍ରଦାନ କରିଥିଲେ । ଯେଉଁଥିରେ ବଲାଙ୍ଗିର ଷ୍ଟେସନରେ ତୁରନ୍ତ ଦୁଇଟି ଲିଫ୍ଟର ବ୍ୟବସ୍ଥା, ରାମ୍ପ, ଆଉ ଗୋଟିଏ ପାଦଚଲା ଓଭରବ୍ରିଜର ନିର୍ମାଣ, ଷ୍ଟେସନକୁ ବି ଗ୍ରେଡରୁ ଏ ଗ୍ରେଡରେ ପରିଣତ, ପ୍ରଚଣ୍ଡ ରୌଦ୍ର ତାପକୁ ଆଖି ଆଗରେ ରଖି ୨ ଓ ୩ ନଂ. ପ୍ଲାର୍ଟଫମ୍ପରେ ବିଷୁଦ୍ଧ ପାନୀୟ ଜଳ ଯୋଗାଣ ତଥା ଯାତ୍ରୀମାନଙ୍କ ଉପରେ ଶିତଳ ଜଳ ବୃଷ୍ଟି, ବଲାଙ୍ଗିର ରୁ ସିଧା ସଳଖ ପ୍ରୟାଗରାଜ ଓ ଦିଲ୍ଲୀକୁ ଟ୍ରେନ ସେବା ଯୋଗାଇବା ତଥା ଭୁବନେଶ୍ୱରକୁ ଗୋଟିଏ ଦିନରେ ଯାଇ ଫେରିବା ପରି ଏକ ଟ୍ରେନ ଚଳାଇବା ଅଥବା ସମ୍ବଲପୁର ଇଂଟରସିଟି କୁ ଦୁଇଟି ରେକରେ ପରିଣତ କରି ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ହିରାକୁଦ ଏକ୍ସପ୍ରେସକୁ ତିନିଦିନ ବିଶାଖପାଟଣାରୁ ରାୟଗଡା ଟିଟିଲାଗଡ ସମ୍ବଲପୁର ଦେଇ ଚଳାଚଳ କରିବା ଆଦି ଦାବି ଉପସ୍ଥାପନ କରିଥିଲେ । ଏଡଭୋକେଟ ଭବାନୀ ଶତପଥି ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ତଥା ରେଳ ମନ୍ତ୍ରୀଙ୍କୁ ଭେଟିବା, ଗୋପବନ୍ଧୁ ପୁରୋହିତ ଆନ୍ଦୋଳନକୁ ଜୋର କରିବା ଆଦି ମତାମତମାନ ରଖିଥିଲେ । ସମସ୍ତ ଦାବିକୁ ସାଂସଦ ଧର?୍ୟ୍ୟ ସହକାରରେ ଶୁଣି ରାଜ୍ୟ ସଭାରେ ତଥା ରେଳମନ୍ତ୍ରୀଙ୍କ ଠାରେ ଏ ସବୁ ଅବଗତ କରାଇ ଦୃଢ ଦାବି ରଖିବେ ବୋଲି ପ୍ରତିଶୃତି ରଖିଥିଲେ । ଶେଷରେ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଯୁଧିଷ୍ଟିର ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ମୋତିଲାଲ ସାହୁ, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ମାଲିଆ ଗଡୁଆ, ମହେଶ୍ୱର ସାହୁ, ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ ।

Leave a Reply

Your email address will not be published. Required fields are marked *