ନରସିଂହଙ୍କ ସାରସମାଲ ପଞ୍ଚାୟତ ଗସ୍ତ, ୩ଟି ହାଇମାଷ୍ଟ ଲାଇଟ ଏବଂ ୨ଟି କମ୍ୟୁନିଟି ସେଂଟର ଉଦ୍‌ଘାଟନ

Spread the love

ବଲାଙ୍ଗୀର : ନିଜ ନିର୍ବାଚନ ମଣ୍ଡଳିର ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଞ୍ଚାୟତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ସାରସମାଲ ପଂଚାୟତ ସରପଂଚ ଗୋପାଲ କୃଷ୍ଣ ବାଗ ଙ୍କ ଉପସ୍ଥିତିରେ ଚୋରମରା ଠାରେ ୫ଲକ୍ଷ ଏବଂ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି କମ୍ୟୁନିଟି ସେଣ୍ଟର ଯାହାକି ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିଥିଲେ । ତାହା ଆଜି ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ପରବର୍ତି ସଭାରେ ବିଧାୟକ ଶ୍ରୀ ମିଶ୍ର ଚୋରମରା ର ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଆପତି ଶୁଣିଥିଲେ । ମୁଖ୍ୟତଃ ରାସ୍ତା, ଇନ୍ଦିରାଆବାସ, ବାର୍ଦ୍ଧକ୍ୟଭତା ଓ କଳାକାର ଭତା ଲୋକେ ନିଜର ଅଭିଯୋଗ ଶୁଣାଇଥିଲେ । ଗାଁ ଭିତରେ ହୋଇଥିବା ବୈଠକରେ ଗାଁ ପିଲାମାନଙ୍କ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଜମି ଚିହ୍ନଟ ଦିଗରେ ଗାଁ ବାସୀମାନେ ତହସିଲ କର୍ମଚାରୀଙ୍କ ସାହାଯ୍ୟ ନିଅନ୍ତୁ, ଉପଯୁକ୍ତ ଜମି ଥିଲେ ଖେଳ ପଡିଆ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଦିଆଯାଇଥିବା ମିଥ୍ୟ ପ୍ରତିଶୃତି ଏବଂ ରାଜ୍ୟ ସରକାର ବିଜେଡି ଦଳର ନେତାମାନଙ୍କର ନାରୀ ନିର୍ଯାତନାକୁ ନେଇ ଏମାନଙ୍କ ବିରୁଦ୍ଧରେ କୌଣସି ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଂଚା ଦେଉଥିବାରୁ ସେଭଳିଆ ନେତାମାନେ ଆଗାମୀ ଦିନରେ ଏ ଅଂଚଳକୁ ଆସିଲେ ଗ୍ରାମବାସୀ ସେମାନଙ୍କୁ ନିଶ୍ଚିତ ଭାବରେ ଉଚିତ ଜବାବ ଦେବେ ବୋଲି ଉପସ୍ଥିତ ମା ଭଉଣୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ସଚେତନ କରିଥିଲେ । ପରେ ପରେ ଅଫାମରା ଓ ସାରସମାଲ ଯାଇ ସେଠାରେ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଅନୁଦାନରେ ନିର୍ମିତ ତିନୋଟି ହାଇମାଷ୍ଟ ଲାଇଟର ସୁଇଜ ଟିପି ତାହାର ଲୋକାର୍ପଣ କରିଥିଲେ । ସାରସମାଲ ଠାରେ ନିର୍ମାଣଧିନ ଥିବା ସିଲେଟକାନି ସାରସମାଲ ରାସ୍ତାରେ ସେତୁ ନିର୍ମାଣର ମନ୍ଥରତାକୁ ନେଇ ପ୍ରଶ୍ନ କରିଥିଲେ । ସାରସମାଲ ଏକ ପଂଚାୟତ ହେଡକ୍ୱାଟର ହୋଇଥିôବା ସତ୍ୱେ ସେଠାରେ ଏଏନ୍‌ଏମ୍ ସେଂଟର ନ ଥିବାରୁ ଏ ଅଂଚଳର ମା’ମାନେ ଅନ୍ୟ ପଂଚାୟତ ଉପରେ ନିର୍ଭର କରୁଥିବାରୁ ଅସୁବିଧାକୁ ବିଧାୟକ ଶ୍ରୀ ମିଶ୍ରଙ୍କୁ କହିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ଏହା ଉପରେ ସକରାତ୍ମକ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଥିଲେ । ପରେ ପରେ ଅଫାମରା ଗାଁ ରେ ମଧ୍ୟ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ସାରସମାଲ ସରପଞ୍ଚ ଗୋପାଳ କୃଷ୍ଣ ବାଗ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରୀ, କଂଗ୍ରେସ ନେତା କାନ୍ତେଶ୍ୱର ପ୍ରଧାନ, ଦିଲିପ ସୁନା, କିଶୋର କ୍ଷେତୀ, ଗଦାଧର ପ୍ରଧାନ, ଭାଗବତ ମିଶ୍ର, ହେମନ୍ତ ଖମାରୀ, ପ୍ରଦୀପ ପ୍ରଧାନ, ମଦନ ସାହୁ, ଛାୟାକାନ୍ତ ଭୋଇ, ଚହଲୁ ପୋଡ, ଗୌତମ ନାଏକ, ଲାଲ ବଗର୍ତି, ଜଗୁ ମେହେରଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *