ବଲାଙ୍ଗିର ଜଳାଶୟକୁ ନେଇ ବିରୋଧୀ ମିଛ ବୟାନ ବାଜି କରୁଛନ୍ତି- ପୌରଧ୍ୟକ୍ଷା

Spread the love

ବଲାଙ୍ଗିର : ବଲାଙ୍ଗିର ସହର ମଧ୍ୟରେ ଥିବା ଜଳାଶୟ ଗୁଡିକର ଉନ୍ନତିକରଣ ନେଇ ବିରୋଧୀ ଦଳ ବିଧାୟକ ମିଛ ବୟାନ ବାଜି କରି ଦଳକୁ ବଦନାମ କରୁଥିବା ପୌରାଞ୍ଚଳ ନଗରପାଳ ଲିକା ସାହୁ କହିଛନ୍ତି। ଗତ ସଂଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ବିଜୁ ଜନତା ଦଳର କାଉନସିଲର ସଭ୍ଯ ସଭ୍ଯାଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ବଲାଙ୍ଗିର ସହରରେ ଚାଲିଥିବା ଜଳାଶୟ ମାନଙ୍କ ପୁନରୁଦ୍ଧାରକୁ ନେଇ ବିରୋଧୀଙ୍କ ରାଜନୀତିର ପର୍ଦାଫାସ କରି କହିଛନ୍ତି ଯେ, ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ କାର୍ଯ୍ଯ ପାଇଁ ଟଙ୍କା ପଡିରହିଛି ପୌରସଂସ୍ଥା କିଛି କରୁନାହିଁ ବୋଲି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ତାର ତଥ୍ଯଭିତ୍ତିକ ଖବର ଜଣାଇଛନ୍ତି ଯଥା ପୌରାଧ୍ୟକ୍ଷାଙ୍କ କହିବା ଅନୁସାରେ, ପୌରନିର୍ବାଚନ ପୂର୍ବରୁ ମହାରାଣୀ ସାଗରର ଉନ୍ନତିକରଣ ପାଇଁ କୌଣସି ଅନୁଦାନ ଅନୁମୋଦିତ ହୋଇ ନଥିବା ବେଳେ ଗତ ୩୦ ମଇ ୨୦୨୩ ରେ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ ବିଭାଗ ମହାରାଣୀ ସାଗର ପାଇଁ ପ୍ରଥମ ଥର ପାଇଁ ୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ଯାହାକି ଗତ କିଛିମାସ ତଳେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରାଇ ବଲାଙ୍ଗିର ସହରର ୧୭ ଗୋଟି ବନ୍ଧର ପୁନରୁଦ୍ଧାର ପାଇଁ ନଗରଉନ୍ନୟନ ବିଭାଗକୁ ଜଣାଇଥିଲେ । ତା ପ୍ରତି ଗୁରୁତ୍ବ ଦେଇ ଏହି ଅନୁଦାନ ଅନୁମୋଦିତ କରିଥିବାର ସୂଚନା ଦେଇଥିଲେ । ବିରୋଧୀ ଅସହିଷ୍ଣୁ ମନୋଭାବ ପୋଷଣ କରି ପୌରପରିଷଦ ଏବଂ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଟଙ୍କା ପଡି ରହିଛି ପୌରସଂସ୍ଥା କାମ କରୁନାହିଁ ବୋଲି ଏକ ଗୁଜବ ଅପପ୍ରଚାର କରୁଥିବାର ଅଭିଯୋଗ କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ସହରରେ ଛଅ ଗୋଟି କଲ୍ଯାଣ ମଣ୍ଡପ ନିର୍ମାଣ ପାଇଁ ୧୫ କୋଟି ୪୨ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ଅତିଶୀଘ୍ର କାର୍ଯ୍ଯ ଆରମ୍ଭ ହୋଇ ଚଳିତ ବର୍ଷ ଶେଷ ମଧ୍ୟରେ ଶୁଭଉଦ୍ଘାଟନ କରାଯିବ ବୋଲି ସୂଚନା ଦେଇଥିଲେ ପୌରାଧ୍ୟକ୍ଷା । ବଲାଙ୍ଗିର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ କଚ୍ଚା ରାସ୍ତା ଓ ଡ୍ରେନର ଉନ୍ନତିକରଣ ପାଇଁ ଯୋଜନା ମୁତାବକ ଅର୍ଥ ଯୋଗାଇ ଦେଇଛନ୍ତି ଯାହାକି ଖୁବଶୀଘ୍ର ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ। ଏତଦବ୍ୟତୀତ ବଲାଙ୍ଗିର ପୌରପରିଷଦ ତରଫରୁ ୯ କିଲୋମିଟର ରାସ୍ତା ଓ ୪ କିଲୋମିଟର ଡ୍ରେନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କିଛି ଟେଣ୍ଡର ପ୍ରକ୍ରିୟା ବାକି ରହିଛି । ବିଭିନ୍ନ ୱାର୍ଡ ମାନଙ୍କରେ ଓପନ ଏୟାର ଜିମ ଓ ଶିଶୁ ଉଦ୍ୟାନ ସହିତ ପରିଚୟ ଗୃହର ନିର୍ମାଣ କାର୍ଯ୍ଯ ତ୍ବରାନ୍ବିତ ରହିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଜୁ ଜନତା ଦଳର ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ, ବରିଷ୍ଠ କାଉନସିଲର ସମ୍ଭୁ ନାଗ, ସରିତା ଦାଶ, ମହେନ୍ଦ୍ର ବାଗ, ଇସ୍ମତ ଆରା ଖାନ, ଗଙ୍ଗାଧର ଚାନ୍ଦ, ନନ୍ଦିନୀ ପୋଢ, କିଶୋର କୁମ୍ଭାର, ପ୍ରେମଲତା ନାଏକ, ପ୍ରତିମା ଛତ୍ରିଆ, ଶତୃଘ୍ନ ବାଗ, ସଞ୍ଜୁଲତା ଦନ୍ତା, ସନ୍ତୋଷିନୀ କୁଅଁର, ଲାଲୁ ପଟ୍ଟନାୟକ, ସସ୍ମିତା ନନ୍ଦ, ପିଙ୍କି କବାଟ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave a Reply

Your email address will not be published. Required fields are marked *