ଆନ୍ଦୋଳନରେ ଅମଲା ସଂଘ, ସରକାରୀ କାର୍ଯରେ ବାଧା, ହିତାଧିକାରୀ ହନ୍ତସନ୍ତ

Spread the love

ବଲାଙ୍ଗୀର : ରାଜ୍ୟ ମିଳିତ ଅମଳା ସଂଘର ଆହ୍ୱାନ ତଥା ଜିଲ୍ଲା ମିଳିତ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ଜୁନ ଏକ ତାରିଖରୁ ସମସ୍ତ ବିଭାଗର ଅମଲାମାନେ ଏକମାତ୍ର ଦାବି ଲେଭେଲ ୯, ଗ୍ରେଡ ପେ ୪୨୦୦ ନେଇ ସମୁହ ଛୁଟିରେ ଯାଇଥିବା ବେଳେ ଆଜିକୁ ତେର ଦିନ ହେଲା ଜନ ସାଧାରଣ ବିଭିନ୍ନ କାର୍ଯ୍ୟ ସମ୍ମୁର୍ଣ୍ଣ ବାଧା ହେଉଛି । ଏଇଥି ପାଇଁ ହିତାଧିକାରୀମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ଏହି ଅବସରରେ କଲକ୍ଟରିଏଟ, ତହସିଲ, ଟ୍ରେଜରି, ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର, କୃଷି ବିଭାଗ, ଶିକ୍ଷା ବିଭାଗ ତତା ସ୍କୁଲ କଲେଜର ସମସ୍ତ ଅମଳାମାନେ ସମୁହ ଛୁଟିରେ ଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ବିଭାଗକୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ହିତାଧିକାରୀ କାର୍ଯ୍ୟାଳୟରେ ଅମଲାଙ୍କୁ ନପାଇ ଓ ନିଜ କାର୍ଯ୍ୟ କରି ନପାରି ନିରାଶ ରେ ଫେରି ନାନା ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ବିଶେଷ କରି ତହସିଲ କାର୍ଯ୍ୟାଳୟର ଅମଲାମାନେ ନ ଥିବାରୁ ଜମି ଜମା ସଂକ୍ରାନ୍ତୀୟ କାର୍ଯ୍ୟ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଆବଶ୍ୟକ ବିଭିନ୍ନ ସାର୍ଟିଫିକେଟ କାର୍ଯ୍ୟ କରି ନ ପାରିବାରୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ରଜ ପର୍ବ ଆସୁଥିବା ବେଳେ ବ୍ଲକ ଓ ବିଭିନ୍ନ ୱାର୍କ ଡିପାଟମେଣ୍ଟ ଅଫିସ ଅମଲା ଆସୁନଥିବାରୁ ଉନ୍ନୟନ କାର୍ଯ୍ୟ ସମ୍ପୁର୍ଣ୍ଣ ବାଧା ପ୍ରାପ୍ତ ହେଉଛି । ସେହିପରି ବ୍ଲକ ଓ ପଞ୍ଚାୟତ ଅନୁଦାନ ରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ବିଲ ପୈଠ ହଉ ନ ଥିବାରୁ ଠିକାଦାରମାନେ ବିଲ ଅର୍ଥ ନ ପାଇଁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଅଭିଯୋଗ କରିଛନ୍ତି । ସେହି ପରି ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସାର୍ଟିଫିକେଟ କାର୍ଯ୍ୟ ପାଇଁ ବହୁ ହିତାଧିକାରୀ ନିରାଶ ରେ ଫେରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶିକ୍ଷକମାନେ ବିଭିନ୍ନ ଏରିଅର ପେନସନ କାର୍ଯ୍ୟ ପାଇଁ ଶିକ୍ଷା ବିଭାଗ ତଥା ଟ୍ରେଜରି କୁ ଆସି ନିରାଶ ରେ ଫେରି ଯାଉଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଅମଲାମାନଙ୍କ ସମସ୍ୟା ସଂକ୍ରାନ୍ତ ନିଷ୍ପତି ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜନ ସାଧାରଣରେ ଦାବି ହେଉଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ମିଳିତ ମଞ୍ଚ ସଭାପତି ବିରେନ୍ଦ୍ର ବନଛୋର, ଆବାହକ ସୁଧାକର ମହାପାତ୍ର, ଚୈତନ୍ୟ ବାଗ, ଅନନ୍ତ ନାରାୟଣ ପାଣିଗ୍ରାହୀ, ଶ୍ରୀନିବାସ ମିଶ୍ର, ସୁଶାନ୍ତ ମିଶ୍ର, ଭେଙ୍କଟ ରଣା, ସତ୍ୟପୀର ସାହୁ, କାମଦେବ ଭୋଇ, ଅର୍ଜୁନ କୁମାର ତଥା ବରିଷ୍ଠ ଅମଲା ହରିବନ୍ଧୁ ପାଣି ରାଜ୍ୟ ସରକାରଙ୍କୁ ଅମଲାଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ଯଥାଶିଘ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ରାଜସ୍ୱ ଅମଲା ସଂଘ ର ବରିଷ୍ଠ ସଦସ୍ୟ ସରୋଜ ବାବୁ ମିଳିତ ମଞ୍ଚ ସାଧାରଣ ବିବରଣୀ ପାଠ କରିଥିଲେ ଓ ଓଡିଶା ଅମଲା ସଂଘର ବରିଷ୍ଠ ସଦସ୍ୟ ସୁଧିର ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *