ଓଡ଼ିଶା

ପୁଣି ଆରମ୍ଭ ହେବ ୟୁପିଏସସି କୋଚିଂ

ଭୁବନେଶ୍ବର: ପୁଣି ଆରମ୍ଭ ହେବ ମାଗଣା ୟୁପିଏସସି ସିଭିଲ ସର୍ଭିସ କୋଚିଂ । ଯୋଜନା ବାରମ୍ବାର ବିଫଳ ହେବା ସତ୍ତ୍ବେ ଚେତିଲେନି ରାଜ୍ୟ ସରକାର। ମାଗଣାରେ ସିଭିଲ ସର୍ଭିସ କୋଚିଂ ଦେବାକୁ ପୁଣି ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ କୋଚିଂ ଦେବାକୁ ଯୋଜନା କରୁଛି ବିଭାଗ।

ସୂଚନା ଅନୁସାରେ, ୟୁପିଏସସି ସିଭିଲ ସର୍ଭିସ କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା କରାଯିବ। ଆଶାୟୀଙ୍କୁ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ଆବେଦନ କରିବାକୁ ହେବ। ସାମ୍ସ ପୋର୍ଟାଲରେ ଏଥିପାଇଁ ଏକ ଅନଲାଇନ ମଡ୍ୟୁଲ ବିକଶିତ କରାଯିବ। ଆସନ୍ତା ୨୬ ତାରିଖରେ ପ୍ରି-କ୍ବାଲିଫାଇଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓକାକ୍ ଜେନେରାଲ ମ୍ୟାନେଜରଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଏହାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି।

ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପରେ ଶିକ୍ଷା ଜଡିତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କଠାରୁ ଆସିଛି ମିଶ୍ର ପ୍ରତିକ୍ରିୟା। କିଛି ଏହି ନିଷ୍ପତ୍ତିକୁ ଅର୍ଥ ହରିଲୁଟର ମାଧ୍ୟମ କହୁଥିବା ବେଳେ କିଛି ଏହାକୁ ସ୍ବାଗତ କରିଛନ୍ତି। ଗରିବ ଓ ମେଧାବୀ ଆଶାୟୀଙ୍କୁ ସେମାନଙ୍କ ସ୍ବପ୍ନ ପୂରା କରିବାରେ କୋଚିଂ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।  

Leave a Reply

Your email address will not be published.

Back to top button