ଚୋରି ଶିଶୁପୁତ୍ର ଉଦ୍ଧାର…

Spread the love

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର। ବସ୍ତା ଅଂଚଳରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଗତ ଶନିବାର ରାତିରେ ଜନ୍ମିତ ଶିଶୁକୁ ଜଣେ ମହିଳା ନେଇଯାଇଥିବା ଅଭିଯୋଗ ହେଇଥିଲା। ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ହସ୍ପିଟାଲ ଫାଣ୍ଡି ପକ୍ଷରୁ ତଦନ୍ତ ଜାରି ରହିଥିଲା। ତେବେ ଆଜି ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟି ଅସୁସ୍ଥ ଥିବାରୁ ଆଇସିୟୁରେ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *