ବାଲେଶ୍ୱର: ବାଲେଶ୍ୱର ତଳିଆ ଅଞ୍ଚଳରେ ପଶିଲା ସୁବର୍ଣ୍ଣରେଖା ନଦୀର ପାଣି। ଚାନ୍ଦମାରିପଡିଆ, ଫୁଲାଡି, କଣ୍ଟାବଣିଆ ଆଦି ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଉପର ମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବଡ ଧରଣର ବନ୍ୟା ଆଶଙ୍କା କରିଛି ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ଆରମ୍ଭ କରିଛି ପ୍ରଶାସନ। ତେବେ ବର୍ତମାନ ସ୍ଥିତିରେ ଯଦିଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି, ତଥାପି ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁ୍ଁ ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ଜଳକାନଦୀ ମଥାନୀଠାରେ ୬.୯୦ରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ୭.୮୭ ରେ ପ୍ରବାହିତ ହେଉଥିଲାବେଳେ ବିପଦ ସଙ୍କେତ ରହିଛି ୮.୧୩ । ସୁବର୍ଣ୍ଣରେଖା ୭.୯୮ରେ ପ୍ରବାହିତ ହେଉଥିଲା ବେଳେ ବିପଦ ସଂକେତ ରହିଛି ୮.୧୩। ଏଥିସହିତ ବନ୍ୟାକୁ ନଜରରେ ରଖି ୨ଟି ଏନଡିଆରଏଫ ଟିମ୍ ,୨ଟି ଏସଡିଆରଏଫ , ୮ ଟି ଅଗ୍ନିଶମ ବିଭଗକୁ ବାଲେଶ୍ୱରକୁ ପଠାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now