ବସଷ୍ଟାଣ୍ଡର ଦେଖା ନାହିଁ କିନ୍ତୁ ବାରମ୍ବାର ଫଳକ ଉଦଘାଟନ ଚାଲିଛି । ଏହାରି ମଧ୍ୟରେ ଫଳକ ରାଜନୀତିକୁ ୧0 ବର୍ଷ ବିତିଲାଣି । ପୁରୁଣା ସରକାର ଯାଇ ନୂଆ ସରକାରକୁ ୮ ମାସ ହେଲାଣି । ଏବେ ପୁଣି ଶୂନରୁ ଆରମ୍ଭ ହୋଇଛି କାମ । ନୂଆ ବସଷ୍ଟାଣ୍ଡ ପାଇଁ ଜାଗା ଚି଼ହ୍ନଟ କରିବାକୁ ବାଙ୍କୀ ରେ ପହଂଚିଛନ୍ତି ଓ.ଏସ.ଆର. ଟି ସି ର ସ୍ୱତନ୍ତ୍ର ଟିମ । ସେପଟେ ଆବଶ୍ୟକୀୟ ଜାଗା ନ ପାଇବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଧିକାରୀ । ବସଷ୍ଟାଣ୍ଡ ନଥିବାରୁ ଅସୁବିଧା ଭୋଗୁଛନ୍ତି ଯାତ୍ରୀ ।
ବସଷ୍ଟାଣ୍ଡ କି ବସ ବେ’ ନ ଥିବା ଯୋଗୁ ରାସ୍ତା ଉପରେ ଗାଡି ରଖି ଯାତ୍ରୀ ଉଠଉଛନ୍ତି ବସ କଣ୍ଡକ୍ଟର । ୩ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ସହରାଞ୍ଚଳ ର ଅଧିବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ପାଲଟିଛି ସାତସପନ । ଏଠି ପୂର୍ବ ସରକାର ଙ୍କ ଅମଳ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ୨0୧୪ ରେ ବାଙ୍କୀ ଶିଶୁଆ ଠାରେ ଏକ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଫଳକ ଉଦଘାଟନ ହୋଇଥିଲା । ସେବେଠାରୁ ଏହାରି ମଧ୍ୟରେ ଦଶ ବର୍ଷ ରୁ ଉର୍ଦ୍ଧ ସମୟ ବିତି ସାରିଛି କିନ୍ତୁ ବାଙ୍କୀବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରୁନି । ଖାଲି ନିର୍ବାଚନ ଆସିଲେ ନେତା ଙ୍କର ମନେ ପଡିଥାଏ ବସଷ୍ଟାଣ୍ଡ ନିର୍ମାଣ ର ପ୍ରତିଶୃତି । .
ଏବେ ବଦଳି ସାରିଛି ସରକାର । ନୂଆ ସରକାର ନିଜକୁ ଲୋକଙ୍କ ସରକାର କହୁଛନ୍ତି । ତେଣୁ ଅଞ୍ଚଳବାସୀ ଅନେକ କିଛି ଆଶା ରଖିଛନ୍ତି । ସେପଟେ ଓଏସଆରଟିସି ର ସ୍ୱତନ୍ତ୍ର ଟିମ. ଶିଶୁଆ ଠାରେ ସ୍ଥାନୀୟ ତହସିଲ ବିଭାଗ ର କର୍ମଚାରୀ ଙ୍କୁ ଧରି ପୂର୍ବ ରୁ ରହିଥିବା ସରକାରୀ ବସଷ୍ଟାଣ୍ଡ ର ଜାଗା ବୁଲି ଦେଖିଛନ୍ତି । ସେଥିରୁ କିଛି ଜାଗା ପି ଏଚ ଡି ବିଭାଗ ହାତକୁ ଚାଲି ଯାଇଛି । ପ୍ରାୟ ୧ଏକରରୁ ଦେଢ ଏକର ସ୍ଥାନ ଆବଶ୍ୟକ ଥିବା ବେଳେ ତାହା ଚିହ୍ନଟ କରାଇବାରେ ବାଙ୍କୀ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଟିମ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉପନଗରପାଳ ସନ୍ତୋଷ ରଣା କହିଛନ୍ତି ଜାଗା ଅଭାବ ହିଁ ବିଳମ୍ୱ ପଛର କାରଣ । ଖୁବ ଶୀଘ୍ର ଲୋକ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଛୋଟିଆ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ବାଙ୍କୀ ପ୍ରଶାସନ ର ଇଛା ଶକ୍ତି ଅଭାବକୁ ଦାୟୀ କରିଛନ୍ତି ବିରୋଧୀ । ଏବେ ଦେଖିବାକୁ ବାକି ରହିଲା ବାଙ୍କୀ ପ୍ରଶାସନ ଲୋକ ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ଜାଗା ଯୋଗାଇଦେବା ରେ କେତେ ସଫଳ ହେଉଛି ନା ପୂର୍ବ ସରକାର ଭଳି ଫଳକ ରାଜନୀତିରେ ବସଷ୍ଟାଣ୍ଡରେ ସ୍ୱପ୍ନ ଦେଖାଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now