କୁମାର ପୁର୍ଣ୍ଣିମା ମହୋତ୍ସବ ରେ ଦୁଲୁକୁଛି ବାଙ୍କୀ ସହର

କଟକ ଜିଲ୍ଲା ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଉତ୍ସବ. ଏହି ଉତ୍ସବ ୫ ଦିନ ଧରି ଚାଲୁ ରହିବ.ପ୍ରଥମ ଉଦଘାଟନୀ ସଂଧ୍ୟା ରେ ଓଡିଶାର ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ଶ୍ୟାମମଣି ଦେବୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ. ସେପଟେ ଦୂର ଦ୍ୱରାନ୍ତର ରୁ ମେଳା ଦେଖିବାକୁ ଆସୁଥିବା ଦର୍ଶକ ଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତ ବର୍ଷ ସ୍ଥାୟୀ ଓ ଅସ୍ଥାୟୀ ଭାବେ ପ୍ରାୟ ୩0 ରୁ ପୂଜା ମଣ୍ଡପ ରେ ମା ଧନ ଲକ୍ଷ୍ମୀଙ୍କ ସହିତ ବିଭିନ୍ନ ଦେବଦେବୀ ପୂଜା ପାଉଛନ୍ତି. ପ୍ରତ୍ୟକ ଟି ପୂଜା ମଣ୍ଡପ ରେ ଲାଗିଛି ଦର୍ଶକ ଙ୍କ ଖଚାଖଚ୍ଚ ଭିଡ଼.। ଅନ୍ୟପଟେ ଦର୍ଶକ ଙ୍କ ମନମୁଗ୍ଧକର ପାଇଁ  ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ନିର୍ମାଣ ହୋଇଛି ବଡ଼ ବଡ଼ ଅସ୍ଥାୟୀ ତୋରଣ ସାଙ୍ଗକୁ ଲାଗିଛି ରଙ୍ଗୀନ ଆଲୋକ ମାଳା.।ଯେଉଁଥିରେ ଝଲକି ଉଠୁଛି ସମ୍ପୂର୍ଣ୍ଣ ସହର .ଯାହା ଉତ୍ସବ ର ମାହୋଲ କୁ ଆଉ ଦୁଇ ଗୁଣା ସରସ ସୁନ୍ଦର କରୁଛି.।ଏହି ମେଳା ରେ ଦେଖିବାକୁ ପାଇବେ ଗ୍ରାମାଞ୍ଚଳ ର ହାତତିଆରି ଘର କରଣ ସାମଗ୍ରୀ ଠାରୁ ଆରମ୍ଭ କରି କୁନି କୁନି ପିଲାଙ୍କ ଖେଳନା.। ଚର୍ଚ୍ଚା ହୁଏ ଗ୍ରାହକ ଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ବ୍ୟବସାୟୀ ମାନେ ପ୍ରଥମ କରି ଏ କୁମାର ପୂର୍ଣ୍ଣମୀ ଉତ୍ସବର ଆୟୋଜନ କରିଥିଲେ.ସେବେଠାରୁ ଏ ମେଳା ବଢ଼ି ବଢ଼ି ଗଣପର୍ବରେ ପହଁଚି ସାରିଛି.। .ସେପଟେ କୁମାର ପାର୍ଣ୍ଣିମୀ ର କୁ ଉତ୍ସବ କୁ ଆଉ ଦୁଇ ଗୁଣା ସରସ ସୁନ୍ଦର  କରିବା ପାଇଁ କଚେରୀ ପଡିଆ ଠାରେ ଦର୍ଶକ ଙ୍କ ମନରଞ୍ଜନ ପାଇଁ ମହୋତ୍ସବ ପେଣ୍ଡାଲ ରେ ପ୍ରତ୍ୟେକ ଦିନ ସଂଧ୍ୟା ରେ ଗ୍ରାମାଞ୍ଚଳ ଲୁକାୟୁତ ର କଳା ସଂସ୍କୃତି କୁ ଉଦ୍ଜୀବିତ କରିବା ପାଇଁ ଦେଖିବାକୁ ପାଇବେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବହୁ ନାମୀ ଦାମୀ କଳାକାର ମାନଙ୍କୁ ପାଇବେ ଏ ମହୋତ୍ସବ ମଞ୍ଚ ରେ. ଅନ୍ୟପଟେ ଦର୍ଶକ ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୧0୧ ଗୋଟି ଷ୍ଟଲ ର ସ୍ୱତନ୍ତ୍ର ବ୍ୟବସ୍ତା ରହିଛି । ଏହା ସହିତ ମନମୁଗ୍ଧକର କର ମୀନାବଜାର ଠାରୁ ଆରମ୍ଭ କରି ବିଭିନ୍ନ ଦୋଳି ମଜା ଉଠାଉବା ପାଇଁ  ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ।ଅନ୍ୟପଟେ ଠୁମକାପୁରୀ ସାଙ୍ଗକୁ ଦହିବରା ଆଇସକ୍ରିମ ସାଙ୍ଗକୁ ଚଟପଟି ଖାଇ ମହୋତ୍ସବ ସାଙ୍ଗକୁ ମେଳା ର ମଜା ଉଠଉଛନ୍ତି ଦର୍ଶକ । ଅନ୍ୟପଟେ  ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟା ରେ ରହିବ ଦର୍ଶକ ଙ୍କ ଭିଡ଼ । ଯେଉଁଥିପାଇଁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହର ର ନୃସିଂହ ଛକ ଆଦିମାତା ଛକ ।  ମେଡିକାଲ ଛକ କଚେରୀ ଛକ କଲେଜ ଛକ ଅକ୍ଷୟ ମାର୍ଗ ଆଦି ସ୍ଥାନ ରେ ବ୍ୟାପକ ପୋଲିସ ଫୋର୍ସ ରହିଛନ୍ତି ମୁତୟନ । ଜରୁରୀ କାଳୀନ ପରିସ୍ଥିତି ପାଇଁ ଦମକଳ ଓ ଆମ୍ବୁଲାନ୍ସ ର ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି.

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *