ବିଶ୍ଵ ଦେଖିବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମୋହନ ସରକାର ନେଲେ ବଡ଼ ନିଷ୍ପତ୍ତି । ୧୦ ଲକ୍ଷ ନୁହେଁ, ବରଗଡ଼ ଧନୁଯାତ୍ରାକୁ ଏଥର ମିଳିବ ୧ କୋଟି ଅନୁଦାନ ରାଶି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯିବ। ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସମ୍ମାନ ପ୍ରଦାନ କରୀଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏ ସମ୍ପର୍କିତ ସମସ୍ତ୍ୟ ତଥ୍ୟ ଲାଗି ସ୍ବତନ୍ତ୍ର ଓ୍ବେବ୍ସାଇଟ୍ ହେବ। ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏତେ ବଡ ନିଷ୍ପତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ପୂର୍ବ ସରକାରରେ ଇଚ୍ଛା ଶକ୍ତିର ଅଭାବ ରହିଥିଲା, କିନ୍ତୁ ଏବେକାର ସରକାର ଆମ ସଂସ୍କୃତି, ଐତିହ, ପରମ୍ପରାକୁ ଗୁରୁତ୍ଵ ଦେଇ ଏହାର ମାନ ବୃଦ୍ଧି କରିବାପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି କଳାକାରଙ୍କୁ ବିଗତ ଦିନରେ କେହି ଚିହ୍ନି ପାରୁନଥିଲେ , କଳାକାର ମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁନଥିଲା। ପ୍ରଥମ କରି ରାଜ୍ୟ ସରକାର ସମ୍ମାନ ଜନକ ପ୍ରୋତ୍ସାହନ ରାସି ପ୍ରଦାନ କରିବା ଦ୍ୱାରା କଳାକାର ମାନେ ଉତ୍ସାହିତ ହେବା ସହ ନୂତନ କଳାଳର ସୃଷ୍ଟି ହେବେ ବୋଲି ଧନୁଯାତ୍ରା ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା କହିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପାଇଁ ବରଗଡ଼ ବାସି ବହୁତ୍ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now