ସରକାରୀ କର୍ମଚାରୀଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ | ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ବଡ଼ବନସ୍ତା ଗାଁ ରେ ଗୌରାଙ୍ଗ ସାହୁ ବୟସ ୯୪, ତିନିମାସ ହେବ ଭତ୍ତା ଟଙ୍କା ଠପ ହୋଇଯାଇଛି | ସରକାରୀ ସ୍ତରରେ ଉକ୍ତ ବ୍ୟକ୍ତିଙ୍କୁ ମୃତ ବୋଲି ରିପୋର୍ଟ ଦାଖଲ କରିଥିଲେ ବିଭାଗୀୟ କର୍ମଚାରୀ | ଏହାକୁ ନେଇ ଖବର ପ୍ରସାରଣ ପରେ ନିଜ ଦୋଷକୁ ସ୍ୱୀକାର ମଧ୍ୟ କରିଥିଲେ ବିଭାଗୀୟ କର୍ମଚାରୀ | କମ ଦିନ ମଧ୍ୟରେ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଲାଗୁ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ ପରନ୍ତୁ ଏବେ ହିତାଧିକାରୀ ଙ୍କ ଘରେ ପହଞ୍ଚି ବିଭାଗୀୟ କତୃପକ୍ଷ ନାନା ପ୍ରକାର ଧମକ ଚମକ ଦେଉଛନ୍ତି | ନିଜ ଭୁଲକୁ ସ୍ୱୀକାର ନକରି ବିଭିନ୍ନ ଆଳରେ ଅଧିକାରୀ ଙ୍କ ତ୍ରୁଟି ବୋଲି ଯୁକ୍ତି କରୁଛନ୍ତି ବିଭାଗୀୟ ଅଧିକାରୀ | ଏହାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି | ତେବେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ସହ ଗୁଣ୍ଡାଗର୍ଦୀ ଏବେ ଅଂଚଳରେ ଚର୍ଚ୍ଚାର ବିଷୟ |
Naxatra News is now on Whatsapp
Join and get latest news update delivered to you via whatsapp
Join Now