ସୌନ୍ଦର୍ଯ୍ୟକରଣ ନା ବିନାଶ?

Spread the love

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଧଉଳି ଶାନ୍ତିସ୍ତୂପର ହେବ ସୁବର୍ଣ୍ଣ ଜୟନ୍ତୀ । ଫଳରେ ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର । ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସୌନ୍ଦର୍ଯ୍ୟ କରଣ ନାଁରେ ଗଛକଟାକୁ କଂଗ୍ରେସ ବିରୋଧ କରିଥିବା ବେଳେ ବିଜେପି ଏହାକୁ ସମର୍ଥନ କରିଛି । ସେପଟେ ଗଛ କଟା ଯାଇନାହିଁ ବରଂ ଗଛ ଟ୍ରିମିଂ କରାଯାଇଛି ବୋଲି କହିଛି ବିଜେଡ଼ି ।

ସୌନ୍ଦର୍ଯ୍ୟକରଣ ନା ବିନାଶ ? ଶାନ୍ତିସ୍ତୁପ  ହରାଇବ କି ତାର ସବୁଜିମା? ସୁବର୍ଣ୍ଣ ଜୟନ୍ତୀ ପାଇଁ କାହିଁକି ବଳି ପଡ଼ିବ ୩ ହଜାର ଗଛ ? ଏମିତି ଅଭିଯୋଗ ନେଇ  ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଆସନ୍ତା ୨୮ ତାରିଖରେ ଧଉଳି ଶାନ୍ତିସ୍ତୂପକୁ ପୁରିବ ୫୦ ବର୍ଷ । ଏହାକୁ ସ୍ମରଣୀୟ କରିବାକୁ ଚାଲିଛି ସୌନ୍ଦର୍ଯ୍ୟ କରଣ । ଆଉ ଏଥିରେ ବଳି ପଡିଲାଣି ହଜାର ହଜାର ଗଛ । ଯାହାକୁ ବିରୋଧ କରିଛି କଂଗ୍ରେସ । ମହାତାବଙ୍କ ସମୟରେ ଗଛ ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଆଗକୁ ଏମିତି ଗଛ କଟା ଜାରି ରହିଲେ ସରକାରଙ୍କ ସହ ଯୁଦ୍ଧ ହେବ ବୋଲି ଖୋଲା ଚେତାବନୀ ଦେଇଛି ଦଳ । ଏପଟେ କଂଗ୍ରେସ ସ୍ୱରରେ ସ୍ୱରର ମିଳାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ସେପଟେ ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡ଼ି । ୩ ହଜାର ଗଛ ନୁହେଁ ବରଂ ୩୦ରୁ ୪୦ ଟି ଗଛକୁ ଟ୍ରିମିଂ କରାଯାଇଛି । ମୂଳରୁ ଉପୁଡ଼ା ଯାଇନାହିଁ । ଏହାସହ ବିରୋଧିଙ୍କ ଗଣିତ ଓ ମାନସାଙ୍କ ଜ୍ଞାନକୁ ନେଇ କଟାକ୍ଷ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ତେବେ କିଛି ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁବର୍ଣ୍ଣ ଜୟନ୍ତୀ ପାଇଁ ଚାଲିଥିବା ସୌନ୍ଦର୍ଯ୍ୟକରଣର ସମୀକ୍ଷା କରିଥିଲେ । ଯେଉଁଥିପାଇଁ କି ୧କୋଟି ୮୭ ଲକ୍ଷ ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି ।

ଜ୍ୟୋତିଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *