ଥଇଥାନ ହୋଇଥିବା ଭିକ୍ଷୁକ ହେଲେ ସ୍ୱାବଲମ୍ବୀ

କଟକ : ଥଇଥାନ ହୋଇଥିବା ଭିକ୍ଷୁକ ହେଲେ ସ୍ୱାବଲମ୍ବୀ ।ଦିନେ  ଛିଣ୍ଡା ଜାମାପ୍ୟାଣ୍ଟ ପିନ୍ଧି ପର ପାଖରେ ହାତପାତି ଜୀବନ କାଟୁଥିବା ଲୋକମାନେ ଆଜି ସୃଷ୍ଟି କରିଛନ୍ତି ନିଜ ପାଇଁ ନୂତନ ରାହା । ନିଜର ଇତିହାସ ଭୁଲି ଵର୍ତମାନକୁ ଆପଣାର କରି ବଞ୍ଚିବା ଆରମ୍ଭ କରିଛନ୍ତି । ପୁରୁଣା ଲୁଗାରୁ ପାଦପୋଛା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ସେମାନେ । ଏଥିରେ ସରକାରଙ୍କ ସହଯୋଗ ସହିତ ଦାୟିତ୍ୱ ରେ ଥିବା ପତିତା ଉଦ୍ଧାର ସମିତିର ଦାୟିତ୍ବବୋଧତା ବେଶ ଅନୁମେୟ ।

ବଞ୍ଚିବା ପାଇଁ ମଣିଷର ସଂର୍ଘଷ । ପେଟ ଚାଖଣ୍ଡକ ପାଇ ପାଲଟୁଛି ଭିକ୍ଷୁକ । ପରିସ୍ଥିତିରରେ ପଡି ମଣିଷ ଆପଣାଉଛି ଭିକ୍ଷାବୃତି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭିକ୍ଷୁକ ଥଇଥାନ ଯୋଜନାରେ ଏମାନେ ସାମିଲ ହେଲେ। କଟକ ମହାନଗର ଦ୍ୱାରା ପରିଚାଳିତ ବୟାଳିଶମୌଜା ବେଣ୍ଟକାର ଠାରେ ଥିବା ଆନନ୍ଦାଳୟ ରେ ଅବସ୍ଥାପିତ ହୋଇଛନ୍ତି 85ଜଣ ଭିକ୍ଷୁକ ତଥା ମାନସିକ ଅନଗ୍ରସର ବ୍ୟକ୍ତି । ଏକ ରୋଟିନ ଲାଇଫରେ  ସାଧାରଣ ମଣିଷ ପରି ବଞ୍ଚିବା ଆରମ୍ଭ କଲେ । ପୁରୁଣା ପିନ୍ଧା ଲୁଗାରୁ ଅନ୍ତେବାସୀ ତିଆରି କରିଛନ୍ତି ପାପୋଛା ।  ଲୁଗା କୁ ଲମ୍ବା କାଟି ତାକୁ ବେଣୀ ପରି ଗୁଡ଼ାଇ ଗୋଲ କରି ତିଆରି ହେଉଛି ରଙ୍ଗ ବେରଙ୍ଗର ପାପୋଛା ।ଏହାକୁ ତିଆରି କରିବା ପରେ ଆଉ ଭିକ୍ଷା ବୃତି କୁ ନଫେରି ଏଭିଭଳି ପାପୋଛା ବିକ୍ରୀ କରି ସମାଜରେ ସମ୍ମାନର ସହିତ ବଞ୍ଚିବେ ବୋଲି କୁହନ୍ତି ଆନନ୍ଦାଳୟର ଅନ୍ତେବାସୀ ।

କେବଳ ଥଇଥାନ ନୁହେଁ ଏମାନଙ୍କୁ ସ୍ୱାବଲମ୍ବୀ କରି ସାଧାରଣ ମଣିଷ ପରି ସମାଜରେ ଜୀବନ ଅତିବାହିତ କରାଇବାକୁ ଲକ୍ଷ୍ୟ ରଖିଛି ସିଏମସି । ଏଥିପାଇଁ ବିଭିନ୍ନ ପ୍ରକାର କୁଟୀର ଶିଳ୍ପ ର ତାଲିମ ଦିଆଯିବ ।  ଧୂପକାଠି, ଫିନାଇଲ, ପାପୋଛା ତିଆରି ପାଇଁ ଦିଆଯିବ ତାଲିମ । ପ୍ରଥମ ପର୍ଯ୍ୟାୟରେ ପୁରୁଣା ଲୁଗାରୁ ରଙ୍ଗ ବେରଙ୍ଗର ପା ପୋଛା ତିଆରି କରୁଛନ୍ତି ଅନ୍ତେବାସୀ।। ପ୍ରାୟ 20ଜଣ ମହିଳା ଏକାଠି ତିଆରି କରୁଛନ୍ତି ଏହି ପାପୋଛା । ବେଶ ସୁନ୍ଦର ଦେଖାଯାଉଥିବା ଏହି ପାପୋଛା ମଜବୁତ ମଧ୍ୟ । ଆଗାମୀ ଦିନରେ ଏହିଭଳି ବହୁ କାଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି କହିଛନ୍ତି ଆନନ୍ଦାଳୟର ମ୍ୟାନେଜର।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *