୫-ଟି ରୂପାନ୍ତରିତ ବିଦ୍ୟାଳୟର କରୁଣ ଚିତ୍ର

Spread the love

ଯାଜପୁର: ୫-ଟି ରୂପାନ୍ତରିତ ବିଦ୍ୟାଳୟର କରୁଣ ଚିତ୍ର। ନା ଅଛି କଳାପଟା ନାଁ ଆଧୁନିକ ଜ୍ଞାନକୌଶଳର ଝଲକ।  ପ୍ରଶ୍ନପତ୍ର ନମିଳିବାରୁ କବାଟରେ ଲେଖାହେଲା ପ୍ରଶ୍ନ  ଏବଂ ତାକୁ ଦେଖି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ।

ସରକାରଙ୍କ ୫-ଟି ସ୍କୁଲର କରୁଣ ଚିତ୍ର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ରୂପାନ୍ତରିତ ପଞ୍ଚାୟତ ହିଙ୍ଗୁଳା ସରକାରୀ ସ୍ମାର୍ଟ ସ୍କୁଲ। ଯେଉଁଠି ସ୍କୁଲର ବିକଳ ଚିତ୍ର ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଦୃଶ୍ୟକୁ ନା ଅଛି କଳାପଟା ନା ପ୍ରଶ୍ନପତ୍ର। ପରୀକ୍ଷା ପାଇଁ ନିର୍ଦ୍ଧିଷ୍ଟ ସମୟ ଦିଆ ଯାଇଥିଲା। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପରୀକ୍ଷା। ତେବେ ୪ର୍ଥ ଶ୍ରେଣୀର ପରୀକ୍ଷା ହୋଇଥିଲା ଏକ କମନରୁମ ଗୃହରେ। ଯେଉଁ ରୁମରେ କଳାପଟା ନଥିଲା। ପରୀକ୍ଷକ ଥିବା ସହକାରୀ ଶିକ୍ଷକ କବାଟରେ ଲେଖିଥିଲେ ପ୍ରଶ୍ନ। ଏବଂ ପ୍ରଶ୍ନ ଗୁଡିକୁ ପେପରରେ ଟିପିବା ପରେ ଆରମ୍ଭ ହୋଇଥିଲା ପରୀକ୍ଷା। ଏପରି କଥା ସାମ୍ନାକୁ ଆସବା ପରେ  ଅଭିବାଭକ ଏବଂ ପରିଚାଳନା କମିଟି ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରଶ୍ନ ଏପରି ଅବବ୍ୟସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି।

ଏହି ରୁମରେ କଳାପଟା ନଥିବାରୁ କବାଟରେ ପ୍ରଶ୍ନ ଲେଖିଥିଲେ ଶିକ୍ଷକ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ସ୍କୁଲ ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ଅଳ୍ପ ଦୂରରେ ରହିଛି।  ହେଲେ  କୌଣସି ସରକାରୀ ବାବୁଙ୍କ ସ୍କୁଲ ପ୍ରତି ନିଘା ନାହିଁ।  ରୂପାନ୍ତରଣରେ ବିପୁଳ ଅର୍ଥ ଖର୍ଚ୍ଚ ପରେ ବି ପିଲାମାନେ ଏଭଳି ପରୀକ୍ଷା ଦେଉଛନ୍ତି। ଯାହାକୁ ଅଭିଭାବକ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଲେ ଏ ସମ୍ପର୍କରେ ପ୍ରଶାସନର ନଜର ରହିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

୫ଟି ସ୍କୁଲରେ କବାଟରେ ପରୀକ୍ଷା ପ୍ରଶ୍ନ ଲେଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତେବେ ସରକାରୀ 5ଟି ଯୋଜନାର କେତେ ସଫଳ ରୂପାୟନ ହୋଇଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *