ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରିଟିକାଲ ୟୁନିଟରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଚୋରି ଅଭିଯୋଗ

ପୁଣି ଥରେ ଚର୍ଚ୍ଚାରେ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା । ଏଥର ଚିକିତ୍ସା ନୁହେଁ, ବରଂ କୋଟି ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନଜରକୁ ଆସିଛି । ହସ୍ପିଟାଲ ପରିସରରେ ଥିବା କ୍ରିଟିକାଲ କେୟାରରୁ ଦୁବୃର୍ତ୍ତ କୋଟି କୋଟି ଟଙ୍କାର ଚିକିତ୍ସା ଯନ୍ତ୍ରାଂଶ ,ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି।  ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗତ 29 ଅକ୍ଟୋବର 2024ରେ ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ କରିଥିଲେ । ତିନି ମହଲା ବିଶିଷ୍ଟ ଏହି କୋଠା ପ୍ରାୟ 18 କୋଟି ଟଙ୍କା ବିନିମୟରେ ନିର୍ମିତ କରାଯାଇଥିବା ବେଳେ ଏଥିରେ 10ଟି ଆଇସିୟୁ ବେଡ୍ ସହ ଏଚଡ଼ିୟୁ ୟୁନିଟ,ଜରୁରୀ କାଳୀନ ବିଭାଗ,ମାଇନର ଓଟି, ଡାଇଲିସିସ୍‌ ସେବା, ଅପରେସନ ଥିଏଟର,ଲେବର ରୁମ୍ ରହିଥିଲା । ମାତ୍ର ଏହି ସେବା ରୋଗୀଙ୍କୁ ମିଳିବ କଣ ସବୁ ଚୋର ବୋହି ନେଇଯାଇଛନ୍ତି । ଉଦ୍ଘାଟନ ଦିନଠାରୁ ଏଠାରେ ଡାକ୍ତର ଓ ଷ୍ଟାପ ଅଭାବ ଯୋଗୁ ତାଲା ଝୁଲୁଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ଆଖି ବୁଜିଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ଯାହାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ବିଭିନ୍ନ ବିଭିନ୍ନ ଚିକିତ୍ସା ସାମଗ୍ରୀ ଭଙ୍ଗା ରୁଜା କରିବା ସହ ଆଧୁନିକ ଯନ୍ତ୍ରପାତି , ସେଣ୍ଟ୍ରାଲ ଏସି,ୱାଟର ଫିଲ୍ଟର,ପାଣି ଟେପ୍,ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରି କୋଟି ଟଙ୍କାର ସାମଗ୍ରୀ ଚୋରି କରି ନେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପୋଲିସ ଫାଣ୍ଡି ରହିବା ସହ ବ୍ୟାପକ ସ୍ଵିକ୍ୟୁରିଟି ବ୍ୟବସ୍ଥା ରହିଛି ଅଥଚ  ଜିଲ୍ଲା ସ୍ଵସ୍ଥ୍ୟବିଭାଗ କି ପୋଲିସ ଟେର ମଧ୍ୟ ପାଇପାରିଲା ନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ଲୋକଲୋଚନକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ମାସ ପୂର୍ବରୁ ଚୋରି ହୋଇଥିବା ଭଟଲି ଥାନାରେ ଅଭିଯୋଗ କରାଯାଇଥିଲା ମାତ୍ର ପୋଲିସର ଦେଖାନଥିଲା । ଏବେ ପୁଣିଥରେ ଅଭିଯୋଗ କଲାପରେ ସେପ୍ଟେମ୍ବର ୪ ତାରିଖରେ ମାମଲା ରୁଜୁ କରିଛି ପୋଲିସ । ଏସବୁ ଭିତରେ ଚୋରି କେମିତି ହେଲା? କିଏ ଚୋରି କଲା ? ପୋଲିସ ପାଖରେ କିଛି ଖୋଜ ଖବର ନାହିଁ ଅନ୍ୟପଟେ କିଛି ଯନ୍ତ୍ରାଂଶ ଚୋରି ହୋଇନଥିବା ବରଗଡ ସିଡିଏମଓ କୁବେର ଚନ୍ଦ୍ର ମହନ୍ତ ସଫେଇ ଦେଇଥିବା ବେଳେ ପୋଲିସ ପାଖରେ ଅଭିଯୋଗ କରି ନିଜ କାମ ତୁଟାଇ ଦେଇଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଯଥାଶୀଘ୍ର ଚୋରି ଘଟଣାର ପର୍ଦ୍ଦାଫାଶ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ରିପୋର୍ଟ-ଧୃବ କର୍ମୀ, ବରଗଡ଼

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *