ସରିଲା ସିନ ରିକ୍ରିଏସନ୍, ଅଭିଯୁକ୍ତ ରାକେଶ କହିଲା ଜଙ୍ଗଲ ଭିତର ଘଟଣା

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଉଦ୍ଧାର ଘଟଣାରେ ହେଲା ସିନ ରିକ୍ରିଏସନ । ଗିରଫ ମୁଖ୍ୟ ଅଭିଯୁକ୍ତକୁ ସାଙ୍ଗରେ ନେଇ କୁର୍ଲା ଜଙ୍ଗଲରେ ପହଞ୍ଚିଥିଲା ପୋଲିସ। କାହିଁକି ଯୁବତୀଙ୍କୁ ନେଇଥିଲେ ଓ କେମିତି ଯୁବତୀଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଲା, ତାର ଡେମୋ ଦେଖାଇଥିଲା ଅଭିଯୁକ୍ତ। ଘଟଣା ସ୍ଥଳରେ ହତ୍ୟା ପାଇଁ ଉଦ୍ୟମ ହୋଇଥିବା ପଥର, ଯୁବତୀଙ୍କ ଦୁଇ ଚପଲ , ଯୁବତୀ ମୁହଁରେ ପିନ୍ଧି ଥିବା କଳା ମାସ୍କ ଓ ମଲ୍ ରୁ କିଣିଥିବା କିଛି ସାମଗ୍ରୀ ପଡ଼ି ରହିଥିବା ଅଭିଯୁକ୍ତ ପୋଲିସକୁ ଦେଖାଇଛି । ଘଟଣା ସ୍ଥଳକୁ ସମ୍ବଲପୁରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି । ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତ ରାକେଶ ଓ ଯୁବତୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ସେହି ଦିନ ଘଟଣା ସ୍ଥଳରେ ଦୁହିଁଙ୍କ ମଧ୍ୟରେ ଆଉ ଗୋଟିଏ ଯୁବକ କୁ ଯୁବତୀ ବା ପୀଡ଼ିତା ଭଲ ପାଉଥିବା ସନ୍ଦେହ ରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୁକ୍ତ କହିଛି । ତେବେ ବହୁ ବିଳମ୍ୱରେ ମୁଖ୍ୟ ଅଭିଯୁକ୍ତ ଧରା ହୋଇଥିବା ବେଳେ ତାକୁ ସହଯୋଗ କରିଥିବା ଅନ୍ୟ ୪ ଜଣ ଗିରଫ ହୋଇଛନ୍ତି । ପରିବାର ଝିଅକୁ ଦୁଷ୍କର୍ମ କରି ମାରିବାର ଉଦ୍ୟମ ହୋଇଥିବା ଏତଲା ଦେଇଥିବା ବେଳେ ବୁର୍ଲା ମେଡିକାଲ ପକ୍ଷରୁ ଦୁଷ୍କର୍ମ ହୋଇ ନଥିବା କୁହାଯାଇଛି ।କିନ୍ତୁ କାହିଁକି ଜଙ୍ଗଳକୁ ନିଆଯାଇଥିଲା ।ଏତେ ମରଣାନ୍ତକ ଆକ୍ରମଣ ପଛର କାରଣ କଣ ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ବରଗଡ଼ ପାଇଁ ଲଜ୍ଜାର କଥା ହୋଇଥିବା ବେଳେ ସଚେତନ ନାଗରିକ ମଞ୍ଚ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା । କିନ୍ତୁ ଏବେ ଝିଅର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେବାର ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *