ବର୍ଷା ନଥାଇ ଆସିଲା ବନ୍ୟା: ଫୁଲିଛି ବୈତରଣୀ, ଡୁବିଛି ଭଦ୍ରକ

Spread the love

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ବନ୍ୟା ସ୍ଥିତି ଉପୁଜିଛି।  ବର୍ଷା ନଥାଇ ଆସିଛି ବନ୍ୟା। ଦେଓ ପ୍ରକଳ୍ପ ପାଇଁ ଫୁଲିଛି ବୈତରଣୀ । ଫଳରେ ଭଣ୍ଡାରିପୋଖରୀ , ଧାମନଗର ,ତିହିଡି ଓ ଚାନ୍ଦବାଲି ବ୍ଲକ ପ୍ରଭାବିତ ହୋଇଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩  ହୋଇଥିବା ବେଳେ ଦିନ ୨ଟା ସୁଦ୍ଧା ୧୮.୯୯   ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି।  ଖପୁରିଆପଦା ଠାରେ ବନ୍ୟା ଜଳ ରାସ୍ତାରେ ପ୍ରବାହିତ ହେଉଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୬ ପଞ୍ଚାୟତ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇଥିବା ବେଳେ ଧାମନଗର ବ୍ଲକର ୨୧ ଗ୍ରାମପଞ୍ଚାୟତର ୧୨୧ ଗାଁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଜିଲ୍ଲାରେ ୨ ଓଡ୍ରାଫ , ୨ ଏନଡିଆରଏଫ  ଓ ୮ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।  ତଳିଆ ଅଞ୍ଚଳରେ ବନ୍ୟା ପାଣି ଯୋଗୁଁ  ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *