ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ, ବାସୁଦେବପୁର ଡାକ୍ତରଖାନାରେ ଭର୍ତି

Spread the love

ଭଦ୍ରକ : ବାସୁଦେବପୁର ବ୍ଲକ୍ ଚୁଡାମଣି ମଳିକସାହିରେ ୫ ଜଣ ନାବାଳକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ୫ ଜଣ ନାବାଳକ ସାଥୀହୋଇ ଖେଳୁଥିବାବେଳେ ବଣରେ କିଛି କୋଳି ଦେଖିଥିଲେ । ୫ ଜଣ ସେହି କୋଳିକୁ ଗଛରୁ ତୋଳି ଖାଇଥିଲେ । ପରେ ସମସ୍ତେ ଘରକୁ ଯିବା ପରେ ସେମାନଙ୍କର ବାନ୍ତି ହେବା ସହିତ ମୁଣ୍ଡ ବୁଲାଉଥିବା ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ତୁରନ୍ତ ୫ ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ୫ ଜଣ ନାବାଳକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *