ଜିଲ୍ଲାର ବିଭିନ୍ନ ଥାନାରେ ଖତ ଖାଉଛି ସଂଖ୍ୟାଧିକ ଅଣଦାବିଦାର ଗାଡ଼ି, ପୋଲିସ୍ ହେପାଜତ୍ରେ ନିଲାମ ଅପେକ୍ଷାରେ ୬୦ଟି ଗାଡ଼ି

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ପୋଲିସ ବିଭାଗରୁ ପ୍ରାପ୍ତ ସୂଚନା ଅନୁଯାୟୀ ପୋଲିସ୍ ଦ୍ୱାରା ବିଭିନ୍ନ ସମୟରେ ଜବତ କରାଯାଇଥିବା ଦାବୀ ହୀନ ଗାଡ଼ି ସବୁ ବିଭିନ୍ନ ଥାନାରେ ପଡ଼ି ରହିଥିବା କାରଣରୁ ସ୍ଥାନାଭାବ ତଥା ଅସୁନ୍ଦର ପରିବେଶ ସୃଷ୍ଟି ହେଉଛି । ଖରା ବର୍ଷା ଖାଇ ଅଧିକାଂଶ ଗାଡ଼ି ପ୍ରାୟ ନଷ୍ଟ ହେବାକୁ ବସିଲାଣି । ସରକାରୀ ନିୟମାନୁଯାୟୀ ସେଗୁଡ଼ିକୁ ନିଲାମ କରାଯିବା ପାଇଁ ପଦକ୍ଷେପ ନିଆଯିବା ପୂର୍ବରୁ ଉପଯୁକ୍ତ ପ୍ରମାଣ ଦେଖାଇ ଗାଡ଼ି ନେବାକୁ ଚାହୁଁଥିବା ଗାଡ଼ି ମାଲିକ ମାନଙ୍କୁ ସୁଯୋଗ ଦିଆଯାଇଛି । ଏଥିପାଇଁ ଥିବା ୬୦ଟି ଗାଡ଼ିର ଇଞ୍ଜିନ୍ ନମ୍ବର, ଚେଚିସ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର, ଗାଡ଼ିର ପ୍ରକାର ଆଦି ସମ୍ବନ୍ଧରେ ତାଲିକା ଜିଲ୍ଲାର ସମସ୍ତ ଥାନା ଓ ପୋଲିସ୍ କାର୍ଯ୍ୟାଳୟରେ ଉପଲବ୍ଧ ଅଛି । ଉକ୍ତ କାର୍ଯ୍ୟାଳୟ ସବୁର ନୋଟିସ୍ ବୋର୍ଡ଼ରେ ମଧ୍ୟ ଏହି ତାଲିକା ମରାଯାଇଛି । ଗାଡ଼ି ଗୁଡ଼ିକର ମାଲିକ ମାନେ ସଠିକ୍ କାଗଜ ପତ୍ର ଦେଖାଇ ୧୫ ଦିନ ମଧ୍ୟରେ ଥାନାରୁ ଗାଡ଼ି ଗୁଡ଼ିକୁ ନେଇଯିବା ପାଇଁ ପୋଲିସ୍ ବିଭାଗ ତରଫରୁ ଜଣାଇ ଦିଆଯାଇଛି । ନୋଟିସ୍ ଜାରିକରାଯିବାର ୧୫ ଦିନ ପରେ କୌଣସି ଦାବିକୁ ଗ୍ରହଣ କରା ନଯିବା ନେଇ ମଧ୍ୟ ଦର୍ଶାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *