ଶଯ୍ୟାସାୟୀ ମହିଳାଙ୍କୁ କାମୁଡିଲା ସାପ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗାହାଣସାହିର ମଞ୍ଜୁଲତା ଶିଅଳ(୫୫)ଙ୍କୁ ଆଜି ସକାଳେ ବିଷଧର ସାପ କାମୁଡି ଥିବା ଜଣାଯାଇଛି । ପକ୍ଷାଘାତ ରୋଗରେ ଆକ୍ରାନ୍ତ ମଞ୍ଜୁଲତା ଶଯ୍ୟାସାୟୀ ଥିଲେ । ସକାଳ ପ୍ରାୟ ୮.୩୦ମି. ସମୟରେ ଗୋଟିଏ ରଣା ସାପ ଅନ୍ୟ ଏକ ଚିତି ସାପ ସହ ଗୋଡାଗୋଡି ହୋଇ ମଞ୍ଜୁଲତାଙ୍କ ପିନ୍ଧାଲୁଗା ଭିତରେ ପଶି ଦୁଇଗୋଡକୁ ଚାରି ପା ଜାଗା କାମୁଡି ଦେଇଥିଲେ । ମଞ୍ଜୁଲତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ସାହସର ସହ ସାପ ଦୁଇଟିକୁ କାବୁ କରି ଭିନ୍ନ ଭିନ୍ନ ଦୁଇଟି ଡବାରେ ଭରି ମଞ୍ଜୁଲତାଙ୍କ ନେଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ମଞ୍ଜୁଲତାଙ୍କୁ କଟକ ରେଫର କରି ଦିଆଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *