ଭଦ୍ରକ : ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ ସମୁଦାୟ ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୩୨୦ ଜଣ ପ୍ରଥମ ଶ୍ରେଣୀ, ୧୨୬ ଜଣ ଦ୍ୱିତୀୟ ଶ୍ରେଣୀ, ୨୯ ଜଣ ତୃତୀୟ ଶ୍ରେଣୀରେ ଉ ୀର୍ଣ୍ଣ ହୋଇଥିବାବେଳେ ଜଣେ ଅନୁପସ୍ଥିତ ଥାଇ ୩୨ ଜଣ ଫେଲ୍ ହୋଇଛନ୍ତି । ବିଜ୍ଞାନରେ ପୂର୍ଣ୍ଣିମା ବସନ୍ତିଆ ୫୪୩ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୁଭ୍ରଜ୍ୟୋତି ପଣ୍ଡା ୫୪୧ ନମ୍ବର, ତୃତୀୟରେ ସାଇ ସ୍ୱାତିଲଗ୍ନା ନାଥ ୫୪୦ ନମ୍ବର ରଖିଛନ୍ତି । ଅନୁରୂପ ବାଣିଜ୍ୟରେ ମୋଟ ସମୁଦାୟ ୨୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୬୭ ଜଣ ପ୍ରଥମ ଶ୍ରେଣୀ, ୪୯ ଜଣ ଦ୍ୱିତୀୟ ଶ୍ରେଣୀ, ୨୧ ଜଣ ତୃତୀୟ ଶ୍ରେଣୀରେ ଉ ୀର୍ଣ୍ଣ ହୋଇଥିବାବେଳେ ଦୁଇଜଣ ଅନୁପସ୍ଥିତ ଥାଇ ୯ ଜଣ ଫେଲ୍ ହୋଇଛନ୍ତି । ବାଣିଜ୍ୟରେ ମିତ୍ରବାର ସିଂ ୫୪୩ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଭକ୍ତିବିନୋଦ ନାୟକ ୫୩୬ ଓ ଅଶୋକ କୁମାର ମହାନ୍ତି ୫୩୫ ନଂ ରଖି ତୃତୀୟରେ ଅଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now