ଭଦ୍ରକ ମୁସଲିମ ଜମାତ ତରଫରୁ ସୁଭାଙ୍ଗୀ ଖୁଂଟିଆଙ୍କୁ ସମ୍ମାନିତ

Spread the love

ଭଦ୍ରକ : ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ପୁରୁଣାବଜାରସ୍ଥିତ ମଦିନା ମଇଦାନଠାରେ ଏକ ସମ୍ବର୍ଦ୍ଧନା ପର୍ବ ଆୟୋଜନ ହୋଇଥିଲା । ଏହି ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ତଥା ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀ ଭାଇଚାରା ସହର ଭଦ୍ରକ ମାଟିର କୃତୀ ସନ୍ତାନ ତଥା ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ) ସ୍ତରରେ ୨୪୮ ରାଙ୍କରେ ସଫଳତା ପାଇଥିବା ସୁଶ୍ରୀ ସୁଭାଙ୍ଗୀ ଖୁଂଟିଆଙ୍କୁ ପୁଷ୍ପଗଚ୍ଛ, ଉତରୀୟ ସହିତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବ ଜାତୀୟ ସଂଗୀତରୁ ଆରମ୍ଭ କରାଯାଇଥିଲା । ଭଦ୍ରକର ପ୍ରସିଦ୍ଧ କବି ଅବଦୁଲ ଦୟାନ ଜିଆ କବିତା ପାଠ ପଢ଼ିଥିଲେ । ସମ୍ମାନିତ ଅତିଥି ଭାବେ ସୁଧାକାର ରାଉତ, ଏସ.ଏମ.ଫାରୁକ ଓ ହରୀ ନନ୍ଦୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଏହି ସଫଳତା ମିଳିଛି ଏବଂ କିଛି କରିବା ପୂର୍ବରୁ ନିଜକୁ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ପର୍ବରେ ସୁଭାଙ୍ଗୀ ଖୁଂଟିଆଙ୍କ ପିତା ସତ୍ୟ ନାରାୟଣ ଖୁଂଟିଆ ଓ ମାତା ଶ୍ରୀମତୀ ସବିତା ଖୁଂଟିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଇ.ଏ.ଏସରେ ସଫଳତା ପାଇଥିବା ସୁଭାଙ୍ଗୀ ଖୁଂଟିଆ ଉର୍ଦ୍ଦୁ ଓ ହିନ୍ଦି ବକ୍ତବ୍ୟରେ କହିଥିଲେ ଯେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ କେତେ ଇଚ୍ଛା ଓ ଅନିଚ୍ଛାର ବଳିଦାନ ଦେଇ ନିଜର ପରିବାର ଓ ନିଜର ସବୁ ସାଙ୍ଗ ସାଥିକୁ ଛାଡ଼ି ଦିଲ୍ଲୀ ମହାନଗର ଜାମିୟା ମିଲିୟା ଇସଲାମିୟା ୟୁନିଭରସିଟିରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିଲେ । ଏହି ସମ୍ବର୍ଦ୍ଧନା ପର୍ବରେ ସଂଚାଳକ ଭାବେ ଓଡ଼ିଶାର ସୁ-ପ୍ରସିଦ୍ଧ କବି ମାଷ୍ଟର ମୁସ୍ତାକ ଗୌହର ହିନ୍ଦି/ଉର୍ଦ୍ଦୁ ଭାଷାରେ କବିତା ପାଠ କରି ମନମୁଗ୍ଧ କରିଥିଲେ । ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉ ର ସୁଶ୍ରୀ ସୁଭାଙ୍ଗୀ ଦେଇଥିଲେ । ମୁସଲିମ ଜମାତର ସଂପାଦକ ହାଜୀ ଅବଦୁଲ ମୁକିତ ଖାନ ପ୍ରଦାନ ହୋଇଥିବା ମାନପତ୍ରଟି ପଢ଼ି ଶୁଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାକୁ ମହମ୍ମଦ ଜକାଉଲ୍ଲା, ଜମିଲ ଅଖତର ଖାନ, ରେଜା-ଏ-ରସୁଲ, ଇଂ ମୁକ୍ତାର ଅହେମଦ ରସିଦ, ଇଂ ହବିବୁଲ୍ଲା ଖାନ, ଇଂ ସକିଲୁଜ ଜମା ଖାନ, ତବାରକ ଅଲି, ମତଲୁବ ଅଲି, ହାଜୀ ଅନୱର ହୋସେନ, ସବିର ଅଲି, ହଫିଜୁର ରହେମାନ, ହାଜି କୟୁମ ଶାହା, ହାଜି କାସିମ ଖାଁ, ମିର୍ଜା ଇକ୍ରାମ ବେଗ, ଅବୁ ହୋସେନ ଖାଁ ଓ ମିଡିଆ ସେଲ ସଂଯୋଜକ ଶେଖ ଅନୱର ଉପସ୍ଥିତ ରହି ପରିଚାଳନା କରିଥିଲେ ଏବଂ ସ୍ଥାନୀୟ ପାରିଷଦ ସହିତ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଓ ସାମ୍ବାଦିକ ବନ୍ଧୁ ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *