ନର୍ସେସ୍ ଦିବସରେ ବ୍ରହ୍ମାକୁମାରୀ ଭଦ୍ରକ ତରଫରୁ ନର୍ସେସ୍‌ଙ୍କୁ ବିଶେଷ ସମ୍ମାନ ପ୍ରଦାନ

Spread the love

ଭଦ୍ରକ : ଆନ୍ତର୍ଜାତୀୟ ନର୍ସେସ ଡେ’ ପାଳନ ଅବସରରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନର୍ସମାନଙ୍କୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ସେମାନଙ୍କର ସେବା ଅବଦାନ ପାଇଁ ୫୦ରୁ ଉର୍ଦ୍ଧ୍ୱ ନର୍ସଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ ତରଫରୁ ଫ୍ଲୋରେନ୍‌ସ୍ ନାଇଟିଙ୍ଗ୍‌ଲ୍‌୍‌ଙ୍କର ବିଶେଷ ସେବା ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ରୂପେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଯୋଗ ଦେଇ ସେବା କ୍ଷେତ୍ରରେ ନର୍ସମାନଙ୍କ ବିଶେଷ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଡାକ୍ତର ହରେକୃଷ୍ଣ ନାୟକ, କମଳା ସେଠୀ, ରବିନାରାୟଣ ନାୟକ, ବ୍ରହ୍ମାକୁମାରୀ ପ୍ରତିଭା, ବ୍ରହ୍ମାକୁମାରୀ ରୁତୁପ୍ରଭା, ବ୍ରହ୍ମାକୁମାର ସୌଭାଗ୍ୟ ଏବଂ ରୋଟାରୀ କ୍ଲବର କର୍ମକ ର୍ାଗଣ ଉପସ୍ଥିତ ଥିଲେ । ନର୍ସମାନଙ୍କ ଆନ୍ତରିକ ଶକ୍ତିକୁ ସୁଦୃଢ କରିବା ପାଇଁ ବିଶେଷ ରାଜଯୋଗର ଅଭ୍ୟାସ ସମ୍ପର୍କରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରାଜଯୋଗ ସମ୍ବନ୍ଧୀୟ ପୁସ୍ତକ ଓ ଈଶ୍ୱରୀୟ ପ୍ରସାଦ ବ ନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *