ପିତ୍ତଳ ଆଣ୍ଠୁଆଗୋପାଳ ମୂର୍ତ୍ତି ପିଉଛି କ୍ଷୀର

Spread the love

ଭଦ୍ରକ : ପିତ୍ତଳ ର୍ନିମିତ ଆଣ୍ଠୁଆ ଗୋପାଳ ମୂର୍ତ୍ତି କ୍ଷୀର ପାନ କରୁଛି । ଏହା ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳୋ-ମଢିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମରେ ଘଟିଛି । ୩ ପିଢି ହେବ ଦୈନିକ ଘରେ ପୂଜିତ ହେଉଛନ୍ତି । ପ୍ରତ୍ୟହ ଆଣ୍ଠୁଆ ଗୋପାଳଙ୍କ ନିକଟରେ ବାଲ୍ୟ ଭୋଗ ହୁଏ । ଆବେଗ ବଶତଃ ସୋମବାର ବାଲ୍ୟ ଭୋଗ ସହ କ୍ଷୀର ଭୋଗଲାଗି କରାଯାଇଥିଲା । ମୂର୍ତ୍ତି କ୍ଷୀର ପାନ କରିଥିଲା । ପଥର ମୂର୍ତ୍ତି କ୍ଷୀର ପାନ କଥା ଶୁଣାଯାଇଥିଲା । ହେଲେ ଧାତବ ମୂର୍ତ୍ତି କ୍ଷୀର ପାନ କଲା ଗ୍ରାମବାସୀଙ୍କ ଉପସ୍ଥିତିରେ । ସଚକ୍ଷୁରେ ଏସବୁ ଦେଖି ଗ୍ରାମଲୋକେ ଐଲୋକିକତା ଭାବି ସାମୁହିକ ପୂଜାର୍ଚ୍ଚନା କରିଛନ୍ତି ।  ଗ୍ରାମର ଅନାମ ଚରଣ ପତିଙ୍କ ଘରେ ଏହି ମୂର୍ତ୍ତି ବାପ ଗୋସାପ ଅମଳରୁ ପୂଜାପାଇ ଆସୁଛନ୍ତି । ତାଙ୍କ ଅନ୍ତେ ପୁତ୍ର ଧ୍ରୁବଚରଣ ମଧ୍ୟ ପୂଜାର୍ଚ୍ଚନା କରୁଥିଲେ । ମାତ୍ର ମୂର୍ତ୍ତି କ୍ଷୀର ପିଉଥିବା କେବେ ଜଣାନଥିଲା । ଘରେ କେହି ନଥିବା ବେଳେ ପୌତ୍ର ସୌମ୍ୟରଞ୍ଜନ ବାଲ୍ୟ ଭୋଗ ସହ କ୍ଷୀର ଭୋଗ ଲାଗି କରିଥିଲେ । ମୂର୍ତ୍ତି ସବୁତକ କ୍ଷୀର ପାନ କରିଦେଇଥିଲା । ଏକଥା ପ୍ରଚାରିତ ହୋଇଥିଲା । ଗ୍ରାମଲୋକେ ପରଖିବା ପାଇଁ କ୍ଷୀର ଭୋଗ ଲାଗି କରିଥିଲେ । ମୂର୍ତ୍ତି ମଧ୍ୟ କ୍ଷୀର ପାନ କରିଦେଇଥିଲା ।

ସୋମବାର ଦିନ ତମାମ ପ୍ରାୟ ୧୦ ଲିଟର କ୍ଷୀର ପିତ୍ତଳ ର୍ନିମିତ ଆଣ୍ଠୁଆଗୋପାଳ ମୂର୍ତ୍ତି ପାନ କରିଦେଇଥିଲା । ଆଧ୍ୟାତ୍ମିକତା ଓ ଐଲୋକିକତା ଭାବନାରେ ଗ୍ରାମବାସୀମାନେ ହୋମ ଯଜ୍ଞ କରି ଥିଲେ । ଦର୍ଶନ ପାଇଁ ସୌମ୍ୟଙ୍କ ଘରେ ଭିଡ ଲାଗି ରହିଛି । ମାତ୍ର ବିଜ୍ଞାନ ଏହାର ଭିନ୍ନ ମତ ଦେଇଛି । କ୍ୟାପିଲାରୀ ଆକ୍ସନ ପ୍ରଭାବରେ ଚୀନାମାଟିର ସାମଗ୍ରୀ, ମାଯି ଓ ପଥର ମୂର୍ତ୍ତି ତରଳ ପଦାର୍ଥକୁ ଶୋଷି ନେଇଫାରେ । ମାତ୍ର ପିତ୍ତଳ ମୂର୍ତ୍ତି ତରଳ ପଦାର୍ଥ ଶୋଷିବା ବିରଳ ବୋଲି ପଦାର୍ଥ ବିଜ୍ଞାନୀ ମତ ପ୍ରକାଶ କରିଛନ୍ତି । ବିଜ୍ଞାନ ସମ୍ମତ କାରଣ ଯାହା ହେଉ ପଛେ ପିତ୍ତଳ ମୂର୍ତ୍ତି କ୍ଷୀର ପାନ କରୁଥିବା ସ୍ୱଚକ୍ଷୁରେ ଦେଖୁଥିବା ଲୋକେ ପ୍ରଭୁଙ୍କ ଶରଣରେ ନିଜକୁ ସମର୍ପିତ କରିଛନ୍ତି । 

Leave a Reply

Your email address will not be published. Required fields are marked *