ଅମଲାମାନଙ୍କ କଳାବ୍ୟାଚ୍ ପରିଧାନ

Spread the love

ଭଦ୍ରକ : ରାଜ୍ୟ ମିଳିତ ଅମଲା ମଂଚର ଆହ୍ୱାନ କ୍ରମେ ଭଦ୍ରକ ଜିଲାର ୪୦ଟି ବିଭାଗର କାର୍ଯ୍ୟରତ ଜିଲାସ୍ତରୀୟ ଅମଲାମାନେ ଆଜି ପ୍ରତିକାତ୍ମକ ଭାବେ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ସମର୍ଥନକୁ କରିଛନ୍ତି । ଆନ୍ଦୋଳନର ପ୍ରଥମ ଦିବସରେ ଅମଲାମାନଙ୍କ ମଧ୍ୟରେ ଏକ ଉନ୍ମାଦନା ଦେଖିବାକୁ ମିଳିଥିଲା । ଜିଲା ଅମଲା ମଂଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା, ଆବାହକ ରବିନ୍ଦ୍ରନାଥ ଦ , ଲଲାଟେନ୍ଦୁ ବେହେରା ଅମଲା ଭାଇଭଉଣୀମାନଙ୍କୁ ଆନ୍ଦୋଳନରେ ସାମିଲ ହେବା ନେଇ ଅଭିନନ୍ଦନ ଜଣାଇଥିଲେ । ଅମଲାଙ୍କ ସ୍ୱାର୍ଥ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ମଲ୍ଲିକ, ତପନ ସ୍ୱାଇଁ, ଅଜିତ୍ ଦାସ, ଲଲାଟେନ୍ଦୁ ସାମଲ ଓ ଶ୍ରୀପତି ବାବୁ ଅମଲା ସ୍ୱାର୍ଥ ରକ୍ଷାଲାଗି ଆସନ୍ତା ଦିନରେ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *