ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଦାବି

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବଜାର ସମେତ ବିଭିନ୍ନ ବଜାର ମାନଙ୍କରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ସାଧାରଣରେ ଦାବି କରାଯାଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇବା ପରେ ରାସ୍ତାର ସମ୍ପ୍ରସାରଣ କରାଯାଇଥିଲା । ଏହି ସମ୍ପ୍ରସାରଣ ସମୟରେ ରାସ୍ତାର ଦୁଇପାଶ୍ୱର୍ରେ ଥିବା ସରକାରୀ, ବେସରକାରୀ ଘର ସମେତ ଯାତ୍ରୀ ବିଶ୍ରାମାଗାର ଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା । ତିହିଡ଼ି ବଜାର ସମେତ କମାରିଆ, ଦୋଳସାହି, ଗଦି, ପୀରହାଟ, ନନ୍ଦପୁର, ଅଲୀନଗର ବଜାରରେ ଶ୍ରୀଶ୍ରୀ ସତ୍ୟସାଇ ସଂଗଠନ ଟ୍ରଷ୍ଟ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା  ଏହି ଯାତ୍ରୀ ବିଶ୍ରାମାଗର ଉଚ୍ଛେଦ ପାଇଁ ନିର୍ମାଣକାରୀ କମ୍ପାନୀ ଠାରୁ କ୍ଷତିପୂରଣ ମିଳିଛି କି ନାହିଁ ସେ ନେଇ ସ୍ପଷ୍ଟ ଜଣା ପଡ଼ୁନାହିଁ । ମାତ୍ର ଅଦ୍ୟାବଧି ଯେଉଁ ବଜାର ମାନଙ୍କରେ ଯାତ୍ରୀ ବିଶ୍ରାମାଗାର ଥିଲା କେବଳ ଅଲୀନଗର ବଜାରକୁ ବ୍ୟତୀତ ଅନ୍ୟ କୌଣସି ବଜାରରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇନାହିଁ । ଫଳରେ ବଜାରରେ ବିଭିନ୍ନ କାର‌୍ୟ୍ୟ ପାଇଁ ଅପେକ୍ଷା କରି ରହୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏପରିକି ଗାଡ଼ିକୁ ଅପେକ୍ଷା କରି ଖାରା ବର୍ଷାରେ ରହୁଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯାତ୍ରୀ ବିଶ୍ରାମାଗାର ରହିଲେ ଲୋକମାନେ ସେଠାରେ ନିଶ୍ଚିନ୍ତରେ ବିଶ୍ରାମ ନେଇ ନିଜ ନିଜ କାର‌୍ୟ୍ୟ ସୁରୁଖୁରୁରେ କରିପାରନ୍ତେ । ତେଣୁ ସରକାର ତରୁନ୍ତ ଉପରୋକ୍ତ ବଜାରମାନଙ୍କରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ସାଧାରଣରେ ଦାବି କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *