କଟକ ମଣ୍ଡଳ ପରିଷଦ ପକ୍ଷରୁ ଭଦ୍ରକରେ କାର୍ଯ୍ୟକାରିଣୀ ସଭା

Spread the love

ଭଦ୍ରକ : ଗତକାଲି ଭଦ୍ରକର ହୋଟେଲ ଓରିୟନରେ କଟକ ମଣ୍ଡଳ ପରିଷଦ ତରଫରୁ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ, କଟକ, କେନ୍ଦୁଝର, ରାଇରଙ୍ଗପୁର, ବଡବିଲ, ପାରାଦ୍ୱୀପ, ଯାଜପୁର ଓ ଭଦ୍ରକ ଶାଖାର କାର୍ଯ୍ୟକ ର୍ା ଯୋଗ ଦେଇଥିଲେ । ସଭାକୁ କାର୍ଯ୍ୟକାରୀ ସଭାପତି ଅରବିନ୍ଦ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । ସଂପାଦକ ଗୋବର୍ଦ୍ଧନ ପଣ୍ଡା ଆଗାମୀ ଦିନରେ କେମିତି ଅଧିକରୁ ଅଧିକ ସେବା ଅଭିକ ର୍ାମାନେ ପାଇବେ ଆଲୋଚନା କରିଥିଲେ । କଟକ ମଣ୍ଡଳ ବୀମା ବ୍ୟବସାୟରେ ଦେଶର ୧ ନଂ ସ୍ଥାନ ଅଧିକାର କରିବା ସହିତ ଏଜେ ମାନେ ସବୁଠୁ ଅଧିକ କ୍ୟାସ୍ ଲେସ୍ ପାଇଥିଲେ । ଆନନ୍ଦ ମାଧ୍ୟମରେ ଅଧିକରୁ ଅଧିକ ବ୍ୟବସାୟ କରି ଡିଜିଟାଲ ହେବାକୁ ସୂଚନା ଦେଇଥିଲେ । ଯେଉଁ ଅଭିକ ର୍ା ଗତବର୍ଷ ସୁଦ୍ଧା ଗୋଟିଏ ପଲିସି କରିଥିବାବେଳେ ସେମାନେ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି କିମ୍ବା ମୃତ୍ୟୁ ହୁଅନ୍ତି, ତାହେଲେ ୨ ଲକ୍ଷ ପର୍ଯ୍ୟନ୍ତ ପାଇବାର ସୁବିଧା ଅଛି ବୋଲି କହିଥିଲେ । ସଭାରେ ଶରତ ଚନ୍ଦ୍ର ପରିଡା, ପ୍ରତାପ ମହାନ୍ତି, ଗୌତମ କୁମାର ପଣ୍ଡା, ଅଜୟ ମହାପାତ୍ର, ଅମୂଲ୍ୟ କୁମାର ରାଉତ, ଅନିଲ କୁମାର ନାୟକ, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କେନ୍ଦୁଝର ଶାଖା ତରଫରୁ ଧନ୍ୟବାଦ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *