ସିନ୍ଦୋଳ ଲକ୍ଷ୍ମୀନାରାୟଣ ଓ ମଙ୍ଗଳପୁର ମଙ୍ଗଳାଙ୍କୁ ଦର୍ଶନ କଲେ ଶ୍ରମମନ୍ତ୍ରୀ 

Spread the love

ଭଦ୍ରକ :  ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ନୂଆପଟଣା ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଓ ମଙ୍ଗଳପୁର ଗ୍ରାମର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କୁ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ନିୟୋଜନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଙ୍ଗଳବାର ଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବାବା ଆଖଣ୍ଡଳମଣି ଦର୍ଶନ କରି ସାରିବା ପରେ ସିନ୍ଦୋଳ ଲକ୍ଷ୍ମୀନାରାୟଣ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରେ ମଙ୍ଗଳପୁର ଗ୍ରାମକୁ ଯାଇ ମା ମଙ୍ଗଳାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସିନ୍ଦୋଳ ପଂଚାୟତ ସରପଞ୍ଚ ସୁପ୍ରଭା ପାଣି, ସମିତିସଭ୍ୟ ନକୁଳ ବାରିକଙ୍କ ସହିତ ପ୍ରଦୀପ ଦାସ, ମନୋଜ ସାହୁ, କପୀଳେନ୍ଦ୍ର ବାରିକ, ଜଗବନ୍ଧୁ ବାରିକ, ସୁଶାନ୍ତ ବାରିକ୍‌, ଦେବବ୍ରତ ଦାସ, ଦେବେନ୍ଦ୍ର ମହାଳିକ, କୈଳାସ ବେହେରା ପ୍ରମୁଖଙ୍କ ସହିତ ବିଜେଡି ନେତା ଓ କର୍ମୀମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ମଙ୍ଗଳପୁରରେ ମନ୍ତ୍ରୀ ମା’ ମଙ୍ଗଳାଙ୍କୁ ଦର୍ଶନ ସମୟରେ ମୀନକେତନ ନାୟକ, ଶ୍ରଦ୍ଧାପ୍ରକାଶ ନାୟକ, ପ୍ରଦୀପ ରାଉତ, ରାଜେଶ ଲେଙ୍କା, ସାର୍ତିକ ମଳିକ, ଘନଶ୍ୟାମ ପରିଡ଼ା, ସୁନୀଲ ରାଉତ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *