ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ୨୪ରେ ଆନ୍ଦୋଳନ, କ୍ରିୟାନୁଷ୍ଠାନ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ, ଘଂଟିକିଆ ବନ୍ଦ ପାଇଁ ଅନୁରୋଧ

Spread the love

ଭଦ୍ରକ : ଭଦ୍ରକରେ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ନେଇ ଦାବିକୁ ଅଧିକ ଜୋର କରିବା ପାଇଁ ଆସନ୍ତ ୨୪ ତାରିଖ ଜିଲ୍ଳାର ସମସ୍ତ ବ୍ଳକରେ ଆନ୍ଦୋଳନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ଏଥି ନିମନ୍ତେ ସମସ୍ତ ବ୍ଳକ ସ୍ତରରେ ପ୍ରସ୍ତୁତି ବୈଠକ କରାଯିବା ପରେ ଆଜି ଭଦ୍ରକ ବ୍ଳକ ଓ ସହର ସ୍ତରୀୟ ଚୂଡାନ୍ତ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମାଜିକ ସଂଗଠନର କର୍ମିମାନେ ଯୋଗ ଦେଇ ଏହି ଆନ୍ଦୋଳନକୁ ସଫଳ କରାଇବା ପାଇଁ ମତାମତ ରଖିଥିଲେ । ଆଗାମୀ ୨୪ ତାରିଖ ସକାଳ ୮ଟା ସମୟରେ ଏକ ବିଶାଳ ଶୋଭାଯାତ୍ରା ଭଦ୍ରକ ଟାଉନହଲ୍ ଠାରୁ ବାହାରି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଯିବ । ସେଠାରେ ପଥପ୍ରାନ୍ତ ସଭା ପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ଏହି ଶୋଭାଯାତ୍ରାରେ ବହୁ ସଠଖ୍ୟାରେ ଭଦ୍ରକବାସୀ ଯୋଗ ଦେବାକୁ ବୈଠକରେ ଅନୁରୋଧ କରାଯାଇଥିଲା । ଆନ୍ଦୋଳନକୁ ସମର୍ଥନ କରି ଭଦ୍ରକ ସହରରେ ଏକ ଘଣ୍ଟିକିଆ ବନ୍ଦ ପାଳନ ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ବନ୍ଦରେ ସମସ୍ତ ଦୋକାନୀ ଦୋକାନ ବନ୍ଦ କରି କେବଳ ସମର୍ଥନ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *