ଶଙ୍କରପୁର-କନାଟିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଶଙ୍କରପୁର-କନାଟିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ତପସ୍ୱିନୀ ନାୟକ, ସବିତା ନାୟକ, ଗୀତାରାଣୀ ନାୟକ, ମିଲିରାଣୀ ନାୟକ ପ୍ରମୁଖ ଜିଲା ଶିକ୍ଷାଧିକାରୀ, ଜିଲାପାଳ, ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରି ମଧ୍ୟାହ୍ନ ଭୋଜନ ଚାଉଳ ଚୋରିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ୧୬.୦୫.୨୦୨୩ ତାରିଖ ସନ୍ଧ୍ୟାରେ ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କ ସହାୟତାରେ ଏକ ଅଟୋ ଯୋଗେ ୭ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ନେଇଥିଲେ । ଏହି ସମୟରେ ଗାଁ ଛକରେ ଥିବା କେତେଜଣ ଯୁବକ ଦେଖିଥିଲେ ମଧ୍ୟ ଚୋରି ଚାଉଳର କୌଣସି ସନ୍ଧାନ ପାଇନଥିଲେ । ପରେ ଖୋଜ ଖବର ନେଇ ଜାଣିଥିଲେ ଯେ, ଚାଉଳ ସ୍କୁଲରୁ ଚୋରି ହୋଇ ଯାଇଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *