ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ବିୟୋଗ

Spread the love

ଭଦ୍ରକ : ଭଦ୍ରକର ଜଣାଶୁଣା ଆଇନଜୀବୀ, ଶ୍ରୀମରାମ ନବମୀ ମହାଯଜ୍ଞ କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ଗତକାଲି ରାତିରେ ଶ୍ରୀ ମହାପାତ୍ର ଶୋଇଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କୁ ପୁତ୍ର ବାପୁଲା, ଟୁବୁଲା, ବଡ଼ ଭାଇ ହାଇକୋର୍ଟର ପ୍ରତିଷ୍ଠିତ ଆଇନଜୀବୀ ଶ୍ୟାମାନନ୍ଦ ମହାପତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅଭିମନ୍ୟୁ ସେଠୀ, ଜ୍ୟୋତି ପ୍ରକାଶ ମହାନ୍ତି, ରାଧା ଦାସ, ସନ୍ତୋଷ ନାୟକ, ବିଦ୍ୟାଧର ସାହୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଡାକ୍ତର ପ୍ରଦୀପ ନାୟକ, ମନସ୍ମିତା ଖୁ ିଆ, ସମାଜସେବୀ ସୀତାଶୁଂ ମହାପାତ୍ର, ଅପୂର୍ବ ବେହେରା, ଦେବାଂଶୁ ରାଉତ୍‌, ପବନ ଶର୍ମା, ବାର ଆସୋସିଏସନ ସଭାପତି ନିରାକାର ଜେନା, ଲକ୍ଷ୍ମୀ ମହାପାତ୍ର, ସୌରେଶ ମହାନ୍ତି, ଭଜ ଗୋବିନ୍ଦ ଜେନା, ବିଷ୍ଣୁ ମୋହନ ମହାପାତ୍ର, ଅଜୟ ନାୟକ, ପର୍ଶୁରାମ ଦ୍ୱିବେଦୀ, ନଳିନୀ ମହାନ୍ତି, ଶରତ ପଢ଼ିଆରୀ, ଜଗନ୍ନାଥ ଦାସ, ଅମ୍ବିକା ଦାସ, ରଣଜିତ ମହାନ୍ତି, ସ୍ୱାଧିନ ସୁନ୍ଦର ଦାସ, ଅମର ନାୟକ, ଅଶୋକ ନାୟକଙ୍କ ସମେତ ଶତାଧିକ ଆଇନଜୀବୀ ଓ ବୁଦ୍ଧିଜୀବୀ ତାଙ୍କ ବଙ୍କସାହିସ୍ଥିତ ବାସଭବନରେ ପହ ି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ପୁରୁଣା ଓ ନୂଆ କୋର୍ଟ ପରିସର, ମନମୋନ ସଂଗୀତ ପରିଷଦ, ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀରାମ ମହାଯଜ୍ଞ କମିଟି ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶେଷରେ ତାଙ୍କ ଶବକୁ ନିଜ ପୈତୃକ ଗ୍ରାମ କୋର କୁ ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିବାବେଳେ, ରାନ୍ଦିଆ ମାଧବ ହଲ ପଛ ପଟେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ସ୍ୱରୂପାନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *