ବାର ବର୍ଷ ପରେ ଗାଁକୁ ଫେରିଲା ପୁତ୍ର 

Spread the love

ଭଦ୍ରକ : ମାସେ ନୁହେଁ କି ବର୍ଷେ ନୁହେଁ  ଦୀର୍ଘ ବାର ବର୍ଷପରେ ବନ୍ତ ବ୍ଳକ ଟିଲୋ ପଞ୍ଚାୟତର ତରାପୁର ଗ୍ରାମର ବାସୁଦେବ ଯେନାଙ୍କ ପୁତ୍ର ଗଜେନ୍ଦ୍ର ନିଜ ଘରକୁ ଫେରିଛି । ଏହାକୁ ନେଇ ତାଙ୍କର ପରିବାର ସହ ଗ୍ରାମ ବାସୀଙ୍କ ମଧ୍ୟରେ  ଉତ୍ସାହ ଦେଖାଯାଇଛି । ବାରବର୍ଷ ପୂର୍ବେ ଗଜେନ୍ଦ୍ର କୈାଣସି କାରଣ ରୁ ନିଜ ଗୃହକୁ ଛାଡ଼ି କେଉଁ ସ୍ଥାନକୁ ପାଳଇ ଯାଇଥିଲା । ପରିବାର ଲୋକେ ତାଙ୍କୁ  ବହୁ ସ୍ଥାନ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତା’ ର ପତା ମିଳିନଥିବାରୁ ନିଜର ଭାଗ୍ୟକୁ ଆଦରି ପିତାମାତା ରହିଥିଲେ । ପୁତ୍ର ବିଭିନ୍ନ ସ୍ଥାନରେ ରହି ପରେ ବେଙ୍ଗାଲୁରରେ ଏକ କମ୍ପାନୀରେ କାଯ୍ୟ କରୁଥିଲେ । ଦୀର୍ଘ ବର୍ଷ ପରେ ପିତା ମାତାଙ୍କ କଥା ମନେପଡ଼ିବାରୁ ସେ ଗ୍ରାମକୁ ଫେରିଥିଲେ । ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ତାଙ୍କୁ ଗୃହକୁ ନେଇଥିଲେ । ବହୁବର୍ଷପରେ ଅଫେରା ପୁତ୍ରକୁ ପାଇ ପିତା ମାତା ଓ ପରିବାର ସଦସ୍ୟ ମାନେ ଖୁସିରେ ଆତ୍ମହରା ହୋଇଥିବା ବେଳେ  ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହାରୀ ଖେଳିଯାଇଥିବାର ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *