ଚଉଁରୀ ଗାଁରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ, ରଜ ଉତ୍ସବ ସଂସ୍କୃତି ଓ ପରମ୍ପରାର ଗୁରୁତ୍ୱ ବହନ କରେ – ସାଂସଦ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଚଉଁରୀ ଗାଁରେ ବୁଧବାର ପହିଲି ରଜ ଅବସରରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଜଦୋଳିରେ ଝୁଲିବା ସହିତ ପିଠା ପଣା ବଣ୍ଟନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ରଜ ମହୋତ୍ସବ କମିଟିର ସଭାପତି ଅଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ସାଂସଦ ଶ୍ରୀମତୀ ମଣ୍ଡଳ ଯୋଗ ଦେଇ ରଜ ଉତ୍ସବ ସଂସ୍କୃତି ଓ ପରମ୍ପରାର ଗୁରୁତ୍ୱ ବହନ କରେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ତଥା ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବରିଷ୍ଠ କବି ଓ ରାଜନେତା ଦୀନବନ୍ଧୁ ପତି, ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ ଯୋଗ ଦେଇ ରଜ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସ୍ୱାସ୍ଥ୍ୟ ସେବକ ସଞ୍ଜୀବ କୁମାର କବାଟଙ୍କୁ ସମ୍ବଦ୍ର୍ଧିତ କରାଯାଇଥିଲା। ସେଣ୍ଟ୍ ଜାଭିୟର୍ସ ସ୍କୁଲର ଅଧ୍ୟକ୍ଷ ଅଜୟ କୁମାର ରାଉତ ଅତିଥି ପରିଚୟ ଓ ସମ୍ପାଦକ ରତିକାନ୍ତ ଦାସ ଧନ୍ୟବାଦ ଦେଇଥିଲେ। ତିହିଡି ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରୀଛାତ୍ର ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ବିଭିନ୍ନ ପରମ୍ପରିକ ଗୀତ ପରିବେଷଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବରିଷ୍ଠ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ସଭାପତିତ୍ୱ ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ମୁକ୍ତିକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ କବି ସଞ୍ଜିତ୍ କୁମାର ବଳ ଯୋଗ ଦେଇ ସାହିତ୍ୟରେ ରଜ ପରମ୍ପରା ସାହିତ୍ୟକମାନେ ଉଜ୍ଜୀବିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କବି ନିତ୍ୟାନନ୍ଦ ପଟ୍ଟନାୟକଙ୍କ କବିତା ସଙ୍କଳନ ‘କବିତା ପ୍ରତିଭା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କବି ସତ୍ୟପ୍ରକାଶ କର ଓ ସୁଭଦ୍ରା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ କବି ଅଭୟ ଦାସ, ମୁକୁନ୍ଦଦେବ ନାୟକ, ସୁଧାରଞ୍ଜନ ମହାନ୍ତି, ଦେବେନ୍ଦ୍ର ମହାଳିକ, ଶାନ୍ତିଲତା ଗିରି, ଅରୂପାନନ୍ଦ ନାୟକ, ନବୀନ ପାତ୍ର, ରମେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଶିକ୍ଷାବିତ ଦୀନରଞ୍ଜନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଗୋଲକ ପଣ୍ଡା, ସରୋଜ ମହାନ୍ତି, ଲକ୍ଷ୍ମୀକାନ୍ତ ଦାସ, ଜ୍ଞାନରଞ୍ଜନ ଦାସ, ପ୍ରଦୀପ ଦାସ, ରାଜେଶ ଦାସ, ଅଞ୍ଜନ ଦାସ, ସହଦେବ ଦଳେଇ, ମାନସ ମହାନ୍ତି, ହେମନ୍ତ ମହାନ୍ତି, ସୁରେଶ ଦାସ, ରମେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପତିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *